ନରସିଂହଙ୍କ ଶାଶ୍ୱତ ପ୍ରେମର ନିଆରା କାହାଣୀ ! ପତ୍ନୀଙ୍କ ମୃତ୍ୟୁ ପରେ ବି ଅତୁଟ ରହିଛି ସ୍ନେହ ଆଉ ପ୍ରେମ, ଶ୍ମଶାନରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ପାଖରେ ନିଜ ପ୍ରତିମୂର୍ତ୍ତି ଗଢ଼ିଛନ୍ତି Kanak News

କନକ ବ୍ୟୁରୋ : କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତନ । ଏହାକୁ ସତ କରି ଦେଖାଇଛନ୍ତି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ା ଗ୍ରାମର ନରସିଂହ ଦଳାଇ । ପତ୍ନୀଙ୍କ ମୃତ୍ୟୁ ପରେ ବି ନରସିଂହଙ୍କ ମନରେ ତାଙ୍କ ପ୍ରତି ସ୍ନେହ ଓ ପ୍ରେମ ସେମିତି ଅତୁଟ ହୋଇ ରହିଛି । ଏଥିପାଇଁ ଗାଁ ଶ୍ମଶାନରେ ପତ୍ନୀଙ୍କ ସ୍ମୃତିରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପାଖରେ ନିଜର ପ୍ରତିମୂର୍ତ୍ତି ବି ଗଢ଼ିଛନ୍ତି। ଆଉ ୮୦ ବର୍ଷ ବୟସରେ ବି ନରସିଂହ ପ୍ରତିଦିନ ଶ୍ମଶାନକୁ ଯାଉଛନ୍ତି। ପତ୍ନୀଙ୍କ ପ୍ରତିମୂର୍ତ୍ତି ପୋଛାପୋଛି କରି ଆଉଁସିବା ସହ କାନରେ ଗୁଣୁ ଗୁଣୁ ହୋଇ କଥା ହେଉଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ନିଜ ଆଖିରେ ଜଣେ ନ ଦେଖିଲେ ବିଶ୍ବାସ କରିପାରିବ ନାହିଁ।

୧୯୭୦ ମସିହାରେ ନରସିଂହ ଦଳାଇ ବୁଗୁଡ଼ା ବ୍ଲକ୍ ଲଙ୍ଗୁଡ଼ୁ ଗ୍ରାମର ସୁମତିଙ୍କୁ ବିବାହ କରିଥିଲେ। ଦିନେ ପତ୍ନୀ ସୁମତିଙ୍କୁ କଥା ଛଳରେ କହୁ କହୁ କହି‌ହେଲେ, ତୁମର ସଧବା ଯୋଗ ଅଛି। ଏହା ଜାଣି ସୁମତି ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ତୁମକୁ ଛାଡ଼ି ମୁଁ କୁଆଡ଼େ ଯିବିନି ବୋଲି କହିଥିଲେ। ୨୦୧୦ ମସିହାରେ ସୁମତିଙ୍କ ମୃତ୍ୟୁ ହୋଇଥିଲା।

ଆଉ ପତ୍ନୀଙ୍କ କଥାକୁ ରକ୍ଷା କରି ସେ ଶ୍ମଶାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ପାଖରେ ନିଜର ବି ମୂର୍ତ୍ତି ଗଢ଼ି‌ଲେ। ଏହା ମଧ୍ୟରେ ସୁମତିଙ୍କ ମୃତ୍ୟୁକୁ ୧୦ ବର୍ଷ ବିତି ସାରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଭୁଲି ପାରିନାହାନ୍ତି ନରସିଂହ। ମନେ ପଡ଼ିଲେ ଶ୍ମଶାନକୁ ଯାଇ କିଛି ସମୟ ପତ୍ନୀଙ୍କ ପ୍ରତିମୂର୍ତ୍ତି ପାଖରେ ବସନ୍ତି । ଆଉ ଦୁଃଖସୁଖ ହୋଇଥାନ୍ତି। ଖାଲି ଏତିକି ନୁହେଁ, ବିଭିନ୍ନ ପର୍ବପର୍ବାଣୀ ଓ ଶ୍ରାଦ୍ଧ ଦିବସ‌ରେ ପାଣି ନେଇ ଉଭୟ ପ୍ରତିମୂର୍ତ୍ତିକୁ ସଫା କରି ଦିଅନ୍ତି। ଆଉ ସାଙ୍ଗ‌‌ରେ ନେଇଥିବା ବିଭିନ୍ନ ଖାଦ୍ୟ ପତ୍ନୀଙ୍କ ଉଦ୍ଦେଶ୍ୟରେ ପରସି ଦେଇ କିଛି ସମୟ ସେଠାରେ ଏକୁଟିଆ ବସିଥାନ୍ତି। ଏଥିପାଇଁ ତାଙ୍କୁ ବେଳେ ବେଳେ ଟାହିଟାପରା ସହିବାକୁ ପଡ଼ିଥାଏ । ତଥାପି କାହାରିକୁ ଭ୍ରୂକ୍ଷେପ କରିନାହାନ୍ତି ନରସିଂହ। ବୟସର ସାୟାହ୍ନରେ ତାଙ୍କ ମନରେ ଶାଶ୍ବତ ପ୍ରେମ ଜୀବନ୍ତ ହୋଇ ରହିଛି ।


from Kanak News https://ift.tt/2ugDdJ6 https://ift.tt/2Rb5IB2
ନରସିଂହଙ୍କ ଶାଶ୍ୱତ ପ୍ରେମର ନିଆରା କାହାଣୀ ! ପତ୍ନୀଙ୍କ ମୃତ୍ୟୁ ପରେ ବି ଅତୁଟ ରହିଛି ସ୍ନେହ ଆଉ ପ୍ରେମ, ଶ୍ମଶାନରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ପାଖରେ ନିଜ ପ୍ରତିମୂର୍ତ୍ତି ଗଢ଼ିଛନ୍ତି Kanak News ନରସିଂହଙ୍କ ଶାଶ୍ୱତ ପ୍ରେମର ନିଆରା କାହାଣୀ ! ପତ୍ନୀଙ୍କ ମୃତ୍ୟୁ ପରେ ବି ଅତୁଟ ରହିଛି ସ୍ନେହ ଆଉ ପ୍ରେମ, ଶ୍ମଶାନରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ପାଖରେ ନିଜ ପ୍ରତିମୂର୍ତ୍ତି ଗଢ଼ିଛନ୍ତି Kanak News Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.