ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଟ୍ବେଣ୍ଟି-୨୦ରୁ ଧାୱନ ବାଦ୍, ସାମସନ ସାମିଲ Kanak News

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ଟ୍ୱେଂଟି ଟ୍ୱେଂଟି ଦଳରୁ ଆହତ ବ୍ୟାଟ୍ସମ୍ୟାନ୍ ଶିଖବ ଧାୱନ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ସଂଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି । ସେହିିପରି ଦିନିକିଆ ଦଳକୁ ପୃଥ୍ୱୀ ସ ଙ୍କୁ ପ୍ରଥମ ଥର ଡକରା ମିଳିଛି । ଦିନିକିଆରେ ସେ ଧାୱନଙ୍କ ସ୍ଥାନରେ ଖେଳିବେ । ଅଲରାଉଣ୍ଡର କେଦାର ଯାଦବଙ୍କୁ ନେଇ ଆଶଙ୍କା ଥିଲେ ମଧ୍ୟ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ସେହିଭଳି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ଦଳରେ ଅଛନ୍ତି । ସେପଟେ ଟେଷ୍ଟ ଶୃଙ୍ଖଳା ଖେଳିବେନି ଇଶାନ୍ତ ଶର୍ମା । ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଆହତ ହୋଇଛନ୍ତି ଇଶାନ୍ତ । ଫଳରେ ତାଙ୍କୁ ବାଦ୍ ଦିଆଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟିଟ୍ୱେଂଟି ସିରିଜ୍ ପାଇଁ ପହଁଚିସାରିଛି ଭାରତୀୟ ଟିମ୍ । ଏହି ଗସ୍ତ ଅବସରରେ ଭାରତ ୫ଟି ଟିଟ୍ୱେଂଟି, ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ପରିବର୍ତିତ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ସଞ୍ଜୁ ସାମ୍‌ସନ, କେଏଲ୍‌ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ଶିବମ୍‌ ଦୁବେ, କୁଲ୍‌ଦୀପ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ୱାସିଂଟନ୍‌ ସୁନ୍ଦର, ଯଶ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ନଭ୍‌ଦୀପ ସୈନି, ରବୀନ୍ଦ୍ର ଜା‌ଦେଜା, ଶାଦୁର୍ଲ ଠାକୁର।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ପୃଥ୍ବୀ ସ’, କେଏଲ୍‌ ରାହୁଲ୍‌, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ଶିବମ୍‌ ଦୁବେ, କୁଲ୍‌ଦୀପ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜା‌ଦେଜା, ଯଶ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ନଭ୍‌ଦୀପ ସୈନି, ଶାଦୁର୍ଲ ଠାକୁର, କେଦାର ଯାଦବ।



from Kanak News https://ift.tt/2GaQkhw https://ift.tt/30FD8ef
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଟ୍ବେଣ୍ଟି-୨୦ରୁ ଧାୱନ ବାଦ୍, ସାମସନ ସାମିଲ Kanak News ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଟ୍ବେଣ୍ଟି-୨୦ରୁ ଧାୱନ ବାଦ୍, ସାମସନ ସାମିଲ Kanak News Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.