ସାରା ବିଶ୍ବରେ କରୋନା ଭୂତାଣୁ ଆତଙ୍କ : ଚୀନ ପରେ ଆମେରିକାରେ ଚିହ୍ନଟ ହେଲେ ରୋଗୀ, ଭାରତର ୭ ବିମାନ ବନ୍ଦରରେ ସର୍ତକତା ମୂଳକ ପଦକ୍ଷେପ
ଓ୍ବାଶିଙ୍ଗଟନ୍ ୨୨/୧: ଚୀନ ପରେ ଆମେରିକାରେ କରୋନା ଭୂତାଣୁ ଆତଙ୍କ । ଚୀନରୁ ଆମେରିକା ଫେରିଥିବା ଜଣେ ଆମେରିକୀୟ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା କହିଛି ସ୍ଥାନୀୟ CDC । ୩୦ ବର୍ଷିୟ ଯୁବକଙ୍କ ସର୍ଦ୍ଦି ହୋଇଥିଲା । ସେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି ।

ଏପଟେ ଆମ ଦେଶରେ ଚୀନ, ହଂକଂରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ପାଇଁ ନିର୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ନଭେଲ କରୋନା ଭୂତାଣୁକୁ ନେଇ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚୀନ ଓ ହଂକଂରୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଚୀନ ଓ ହଂକଂରୁ ବିମାନ ଉଡାଣ କରୁଥିବା ଏୟାରଲାଇନ୍ସ କମ୍ପାନୀମାନଙ୍କୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ୧୪ଦିନ ମଧ୍ୟରେ କେଉଁକେଉଁ ସ୍ଥାନ ଗସ୍ତ କରିଛନ୍ତି ତାହା ଜଣାଇବାକୁ କହିଛନ୍ତି।

ସେହିପରି ଦେଶର ୭ଟି ବିମାନ ବନ୍ଦରରେ ଲାଗିବ ‘ଥର୍ମୋ ସ୍କାନିଂ’। ସମସ୍ତ ଯାତ୍ରୀଙ୍କର ହେବ ‘ଥର୍ମାଲ ସ୍କ୍ରିନିଂ’ । ପ୍ରଥମ ପର୍ଯ୍ୟାୟରେ ଦେଶର ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନ ବନ୍ଦରରେ ‘ଥର୍ମାଲ ସ୍କ୍ରିନିଂ’ ମେସିନ ଲଗାଯାଇଛି ପରବର୍ତ୍ତୀ ପର୍ଯ୍ୟାୟରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ୍ ବିମାନ ବନ୍ଦରରେ ଏହି ‘ଥର୍ମାଲ ସ୍କ୍ରିନିଂ’ ବ୍ୟବସ୍ଥାର ପ୍ରତିଷ୍ଠା କରାଯିବ । ଚୀନର ଉହାନ ଓ ହୁବେଇ ପ୍ରଦେଶରେ ଦେଖାଯାଇଥିବା ନଭେଲ କରୋନା ଭୂତାଣୁକୁ ଆକ୍ରମଣରେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ହେଲାଣି।

from Prameya News7 https://ift.tt/2sLoR30
No comments: