ଗୋରଖନାଥ ମନ୍ଦିରର କେଳେଙ୍କାରୀ : ହୋଟେଲ ପାଲଟିଛି ମନ୍ଦିର, ବର୍ଷକୁ ୩ କୋଟିର ପ୍ରସାଦ ବିକ୍ରି ହେଉଥିଲେ ହେଁ ଟଙ୍କାଟିଏ ପାଉନାହାନ୍ତି ଠାକୁର Kanak News

କନକ ବ୍ୟୁରୋ : ରାଜଧାନୀ ପୁଜା ସମିତି ଓ ମା’ ଶାରଳା ମନ୍ଦିରରେ କୋଟି କୋଟି ଟଙ୍କାର ଅନିୟମିତତା ଧରାପଡ଼ିବା ପରେ ବାବା ଗୋରଖନାଥ ମନ୍ଦିରର କେଳେଙ୍କାରୀ ସାମ୍ନାକୁ ଆସିଛି । ମନ୍ଦିର ଏକ ହୋଟେଲ ପାଲଟିଛି । ମନ୍ଦିରର ସମସ୍ତ ଉତ୍ସ ବ୍ୟବହାର କରି ଏଠାରେ ପ୍ରତ୍ୟହ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ଏହି ରୋଷେଇରୁ ହେଉଥିବା ଆୟରୁ ଠାକୁର ଟଙ୍କାଟିଏ ପାଉନାହାନ୍ତି । ଏଠାରେ ଦିନକୁ ୯୦ ହଜାର ଟଙ୍କାର ପ୍ରସାଦ ବିକ୍ରି ହେଉଥିବା ବେଳେ ମାସକୁ ୨୭ ଲକ୍ଷ ଓ ବର୍ଷକୁ ୩ କୋଟି ୨୯ ଲକ୍ଷ ଟଙ୍କାର ପ୍ରସାଦ ବିକ୍ରି ହେଉଛି । ୬ରୁ ୮ ଜଣ ଏହି ବେପାରକୁ ନିୟନ୍ତ୍ରଣ କରୁଛନ୍ତି । ଖର୍ଚ୍ଚ ବାଦ୍‌ ବାକି ସମସ୍ତ ଅର୍ଥ ସେମାନଙ୍କ ପକେଟ୍‌କୁ ଯାଉଛି । ବର୍ଷ ବର୍ଷ ଧରି ଏହି ବେପାର ଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦେଶରେ ଆରମ୍ଭ ହୋଇଥିବା ଅଡିଟ୍ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସରକାରଙ୍କ ସୁପାରିସ କ୍ରମେ ଦେଢ଼ଶହ ମଠ ଓ ମନ୍ଦିର ସହ ବିଭିନ୍ନ ଧର୍ମାନୁଷ୍ଠାନର ଏଜି ଅଡିଟ୍‌ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଠାକୁରଙ୍କ ଜମିରେ ଭୋଗ ଦୋକାନ, ଦୀପ, ଫୁଲ ଦୋକାନ ଓ ଏକ ସେଲୁନ୍‌ ଭଳି ୪ଟି ଦୋକାନ ରହିଛି । ଏହି ଦୋକାନଗୁଡ଼ିକରୁ ବର୍ଷ ବର୍ଷ ଧରି ଭଡ଼ା ଆଦାୟ ହେଉନାହିଁ । ଭଡ଼ା ବାବଦକୁ ୧ କୋଟି ୬୪ ଲକ୍ଷ ୯୦ ହଜାର ୧୯୭ ଟଙ୍କା ଅର୍ଥ ବାକି ପଡ଼ିଥିବା ଦର୍ଶାଯାଉଛି । ବାସ୍ତବରେ ଏହା ବାକି ପଡ଼ିଛି କି ବାକି ପଡ଼ିଥିବା ଦର୍ଶାଇ ଟଙ୍କା ହଡ଼ପ କରି ନିଆଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଅଡିଟ୍ ଟିମ୍ ଦର୍ଶାଇଛନ୍ତି ।

କୌତୁହଳପ୍ରଦ ହେଉଛି ଅଡିଟ୍‌ ଟିମ୍‌ ମନ୍ଦିରରେ ପହଞ୍ଚିବା ବେଳକୁ ପ୍ରସାଦ ବିକ୍ରି ବାବଦକୁ ଦିଆଯାଇଥିବା ରସିଦ୍‌ର କାଉଣ୍ଟର ଫଏଲ୍‌ ମନ୍ଦିର ପୋଖରୀରେ ଭାସୁଥିବା ଦେଖିଥିଲେ । କେଳେଙ୍କାରୀ ଧରା ପଡ଼ିଯିବା ଭୟରେ ଏଭଳି ଫିଙ୍ଗି ଦେଇଥିବା ଖୋଳତାଡ଼ ବେ‌ଳେ ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରତ୍ୟେହ ଏଠାରେ ତିନୋଟି ଉଦ୍ଦେଶ୍ୟରେ ପ୍ରସାଦ ପ୍ରସ୍ତୁତ ହୁଏ। ଦୈନଦିନ ନୀତି, ମାନସିକ ପୂଜା ଓ ସାଧାରଣ ଭକ୍ତଙ୍କୁ ବିକ୍ରି କରିବା ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ। ବିଭିନ୍ନ ସମୟରେ ବାହାଘର, ବ୍ରତଘର, ପିକ୍‌ନିକ୍‌ ପାଇଁ ମଧ୍ୟ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପୂଜକ ଟେଲିଫୋନ୍‌ରେ ଅର୍ଡର ରଖି ପ୍ରସ୍ତୁତ କରିଥାଏ। ଭୋଜି ଭାତ କରିବା ପାଇଁ ପଞ୍ଜୀକରଣ ବାବଦକୁ ୫୦ ଟଙ୍କା ମନ୍ଦିର ଅଫିସ୍‌ରେ ଜମା ଦେବାକୁ ପଡ଼େ । ପଞ୍ଜୀକୃତ ଲୋକର ଇଚ୍ଛା ମୁତାବକ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ଆଇଟମ୍‌ ଦେଖି ଏହା ମିଲ୍‌ ପିଛା ୫୦ରୁ ଶହେ ଟଙ୍କା ଦର ଧାର୍ଯ୍ୟ ହୋଇଥାଏ। ୬ରୁ ୮ ଜଣ ଏହି ବେପାରକୁ ପରିଚାଳନା କରନ୍ତି। ଦିନକୁ ୬ ଜଣ ୩ଶହ ଲେଖାଏଁ ୧୮୦୦ ମିଲ୍‌ ବିକ୍ରି କରନ୍ତି। ସେହି ହିସାବରେ ମାସକୁ ୩ କୋଟି ୨୯ ଲକ୍ଷ ଟଙ୍କା ଆଦାୟ ହୁଏ। ରୋଷେଇ ଖର୍ଚ୍ଚ ବାଦ୍‌ ସମସ୍ତ ଟଙ୍କା ଏହି ପରିଚାଳକମାନଙ୍କ ପକେଟ୍‌କୁ ଯାଇଥାଏ। ବର୍ଷ ବର୍ଷ ଧରି ଏହି ବେପାର ଚାଲିଥିବାରୁ ଏ ବାବଦରେ ୧୦ କୋଟିରୁ ଊର୍ଦ୍ଧ୍ବ ଲାଭ ହୋଇଥିବ ବୋଲି ଅନୁମାନ କରାଯାଉଛି। ହେଲେ ଠାକୁରଙ୍କ ନାମରେ ଏହି ଅର୍ଥରୁ ଟଙ୍କାଟିଏ ଜମା ହୋଇନଥିବା ଏଜି ଦର୍ଶାଇଛନ୍ତି।



from Kanak News https://ift.tt/37NqV9L https://ift.tt/2SXYIsz
ଗୋରଖନାଥ ମନ୍ଦିରର କେଳେଙ୍କାରୀ : ହୋଟେଲ ପାଲଟିଛି ମନ୍ଦିର, ବର୍ଷକୁ ୩ କୋଟିର ପ୍ରସାଦ ବିକ୍ରି ହେଉଥିଲେ ହେଁ ଟଙ୍କାଟିଏ ପାଉନାହାନ୍ତି ଠାକୁର Kanak News ଗୋରଖନାଥ ମନ୍ଦିରର କେଳେଙ୍କାରୀ : ହୋଟେଲ ପାଲଟିଛି ମନ୍ଦିର, ବର୍ଷକୁ ୩ କୋଟିର ପ୍ରସାଦ ବିକ୍ରି ହେଉଥିଲେ ହେଁ ଟଙ୍କାଟିଏ ପାଉନାହାନ୍ତି ଠାକୁର Kanak News Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.