ରାଇରଙ୍ଗପୁର ବନଖଣ୍ଡରେ ମାତିଲା ବାଘ । ବଳଦକୁ ମାରି ଖାଇଲା, ନାଳରୁ ପାଣି ପିଇଲା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ Kanak News

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ କଣାପାଟ ସଂରକ୍ଷିତ ଜଙ୍ଗଲରେ ମାତିଛି ବାଘ। ଯାହାକୁ ନେଇ ଆଖପାଖ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ଗତ ମଙ୍ଗଳବାର ଦିନ ଜଙ୍ଗଲକୁ ଚରିବା ପାଇଁ ଯାଇଥିବା ଏକ ବଳଦକୁ ବାଘ ମାରି ଖାଇଯାଇଛି। ଗାଁ ଲୋକଙ୍କଠାରୁ ଖବର ପାଇବା ପରେ ବିଶୋଇ ରେଞ୍ଜର କର୍ମଚାରୀମାନେ ଘଟଣାସ୍ଥଳରୁ ବଳଦର ମୃତଦେହ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ବଣପାହାଡ଼ ଘେରା ବିଜାତଳା ବ୍ଲକ ସରଗଡ଼ା ପଞ୍ଚାୟତ ଅନ୍ତର୍ଗତ ଦଳେଇଡିହି ଗ୍ରାମର ବୁବେଲ ସର୍ଦ୍ଦାରଙ୍କର ବଳଦପଲ ଗତ ମଙ୍ଗଳବାର ଦିନ ଚରିବା ପାଇଁ କଣାପାଟ ଜଙ୍ଗଲକୁ ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ବଳଦ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ପରେ ସରଗଡ଼ାରୁ ୨ କିମି ଦୂର ଚଢ଼େଇପାହାଡ଼ି ରାସ୍ତାକଡ଼ରେ ବଳଦର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ବଳଦକୁ ମାରି ବାଘ ମାଂସ ଖାଇ ଯାଇଥିବା ବେଳେ ପାଖରେ ଥିବା ଏକ ନାଳରୁ ପାଣି ପିଇଥିବା ଜଣାପଡ଼ିଛି। ବାଘ ପାଦଚିହ୍ନରୁ ଏହା ଏକ କଲରାପତରିଆ ବାଘ ଓ ଏହା ଶିମିଳିପାଳରୁ ପଳାଇ ଆସିଥିବା ବନ ବିଭାଗ ସୂଚନା ଦେଇଛି।

ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କ ସହ ଫରେଷ୍ଟର ଅଜିତ କୁମାର ମହାନ୍ତି ଓ ଫରେଷ୍ଟଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦଚିହ୍ନ ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ଜଙ୍ଗଲ ଭିତରକୁ ଗୃହପାଳିତ ପଶୁମାନଙ୍କୁ ନ ଛାଡ଼ିବା ଲାଗି ବନ ବିଭାଗ ସତର୍କ କରାଇଦେଇଛି। ଅନ୍ୟପକ୍ଷରେ ବଳଦ ମାଲିକ ବୁବେଲ ସର୍ଦ୍ଦାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଇରଙ୍ଗପୁର ଡିଏଫ୍‌ଓ ପ୍ରକାଶ କରିଛନ୍ତି।



from Kanak News https://ift.tt/36l8msh https://ift.tt/2TR1sZ6
ରାଇରଙ୍ଗପୁର ବନଖଣ୍ଡରେ ମାତିଲା ବାଘ । ବଳଦକୁ ମାରି ଖାଇଲା, ନାଳରୁ ପାଣି ପିଇଲା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ Kanak News ରାଇରଙ୍ଗପୁର ବନଖଣ୍ଡରେ ମାତିଲା ବାଘ । ବଳଦକୁ ମାରି ଖାଇଲା, ନାଳରୁ ପାଣି ପିଇଲା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ Kanak News Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.