ଆହୁରି ୨ ଦିନ କଲବଲ କରିବ କୁହୁଡି! ଘନ କୁହୁଡି ପାଇଁ ୧୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ୟେଲୋ ୱାର୍ଣ୍ଣିଂ । ୨୪ରୁ ପାଗରେ ଆସିପାରେ ସାମାନ୍ୟ ପରିବର୍ତ୍ତନ Kanak News

କନକ ବ୍ୟୁରୋ: ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ଦୁଇ ଦିନ ଧରି ଲାଗିରହିବ ଘନ କୁହୁଡ଼ି । ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହେବନି। ସ୍ଥାନେ ସ୍ଥାନେ ୫୦ ମିଟର ପରେ ରାସ୍ତା ଦେଖାଯିବ ନାହିଁ। ଉପକୂଳ ଓଡ଼ିଶା ସମେତ ୧୭ଟି ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିବ। ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ଯାଜପୁର, ମାଲକାନଗିରି, ସୋନପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ୨୩ ତାରିଖ ଯାଏ ଅନ୍ୟ ଅଞ୍ଚଳରେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେବନି। ତେବେ ୨୪ ତାରିଖଠାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରକୁ ଛାଡ଼ି ଦେଲେ ରାଜ୍ୟର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରେକର୍ଡ କରାଯାଇଛି।
from Kanak News https://ift.tt/37iwhK5 https://ift.tt/2RDzvBd

No comments: