ଭିତରକନିକାରେ ଆଜିଠୁ ଆରମ୍ଭ ହେଲା ପକ୍ଷୀଗଣନା : ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ବିଦେଶାଗତ ପକ୍ଷୀମାନଙ୍କ ଗଣନା କାମ । ଆଜି ଠାରୁ ଏହି ପକ୍ଷୀମାନଙ୍କ ଗଣନା କରାଯିବା ନେଇ ବନବିଭାଗ ନିଷ୍ପତି ନେଇଛି । ଏହି ପକ୍ଷୀ ମାନଙ୍କ ଗଣନା ପାଇଁ ୧୮ ଟି ଟିମ ଗଠନ ହୋଇଛି । ପ୍ରତି ଟି ଟିମ ରେ ୪ ରୁ ୫ ଜଣ ସଦସ୍ୟ ରହିଛନ୍ତି । ଏହି ଗଣନା ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ କରାଯିବ ।

ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟର ଡେପୁଡି ଡାଇରେକ୍ଟର ଡକ୍ଟର ଏସ ବାଲଚନ୍ଦ୍ରନ ଙ୍କ ନେତୃ୍ତ୍ୱ ରେ ଏହି ଗଣନା କରାଯିବ । ମଠଆଡିଆ , ଗହିରମଥା, ସାତଭାୟା, ସମୁଦ୍ର ଉପକୂଳ ଓ ବିଭିନ୍ନ ଜଳାଶୟ ମାନଙ୍କରେ ଏହି ପକ୍ଷୀଗଣନା କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଅପରପକ୍ଷରେ ପାଗ ଅନୁକୁଳ ଏବଂ ବିଳମ୍ବରେ ବର୍ଷା ଯୋଗୁଁ ଜଳାଶୟ ମାନଙ୍କରେ ଭରପୁର ପାଣି ଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ବେଇ ବନବିଭାଗ ଆଶା ରଖିଛି ।



from Kanak News https://ift.tt/39GISbv https://ift.tt/2sPfJug
ଭିତରକନିକାରେ ଆଜିଠୁ ଆରମ୍ଭ ହେଲା ପକ୍ଷୀଗଣନା : ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News ଭିତରକନିକାରେ ଆଜିଠୁ ଆରମ୍ଭ ହେଲା ପକ୍ଷୀଗଣନା : ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.