ରାଜଭବନରେ ଆରମ୍ଭ ହେଲା ନୂତନବର୍ଷର ପୁଷ୍ପ ପ୍ରଦର୍ଶନୀ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ସାଲଭିଆ, ସେବତି, ଗୋଲାପ, ଗେଣ୍ଡୁ । ୧୯ ଯାଏଁ ଖୋଲା ରହିବ ପ୍ରଦର୍ଶନୀ Kanak News

କନକ ବ୍ୟୁରୋ: ରାଜଭବନଠାରେ ଆରମ୍ଭ ହୋଇଛି ନୂତନବର୍ଷର ପୁଷ୍ପ ପ୍ରଦର୍ଶନୀ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରାଜଧାନୀବାସୀ ଏହି ପ୍ରଦର୍ଶନୀର ମଜା ଉଠାଉଛନ୍ତି । ରବିବାର ଏହି ପ୍ରଦର୍ଶନୀ ଆରମ୍ଭ ହୋଇଥିବାରୁ ଜନଗହଳି ବେଶ୍ ବାରି ହୋଇପଡିଥିଲା । ପାଖାପାଖି ୩୯ ପ୍ରକାରର ଫୁଲ ଶୋଭା ବଢ଼ାଇଛି ରାଜଭବନର । ଏଥିରେ ରହିଛି, ସାଲଭିଆ, କାଲେଣ୍ଡେଲା, ୧୦ ପ୍ରକାରର ସେବତି ସହିତ ରଙ୍ଗବେରଙ୍ଗର ଗୋଲାପ, ଗେଣ୍ଡୁ । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରିପାରିଛି । କିଏ ସାଙ୍ଗଙ୍କ ସହିତ ଆସି ସେଲ୍ଫି ନେବାରେ ବ୍ୟସ୍ତ ତ ଆଉ କିଏ ପରିବାର ସହିତ ଆସି ବୁଲିବୁଲି ଫୁଲକୁ ଦେଖି ବିମୋହିତ ହେଉଛି ।
ତେବେ ଫୁଲ ପ୍ରଦର୍ଶନୀ ସହିତ ରାଜଭବନରେ ଥିବା ମ୍ୟୁଜିକାଲ ଫାଉଂଟେନ, ୱାଟର ଫଲ୍, ଓପନ ଆକ୍ୱାରିୟମ, ଡିଅର ଏବଂ ପିକକ ପାର୍କ ବି ଦର୍ଶକଙ୍କୁ ବେଶ ଆକର୍ଷିତ କରିପାରିଛି । ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ଖୋଲା ରହୁଥିବା ବେଳେ ୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲି ପାରିବେ ବୋଲି ରାଜଭବନ ପକ୍ଷରୁ ସୁଚନା ଦିଆଯାଇଛି । ୨୦ ବର୍ଷ ଧରି ରାଜବଭନରେ ଆୟୋଜିତ ହୋଇ ଆସୁଥିବା ଏଭଳି ଏକ ନିଆରା ପ୍ରଦର୍ଶନୀଙ୍କୁ ପୁଷ୍ôପପ୍ରେମୀମାନେ ଭୁରିଭୁରି ପ୍ରଶଂସା କରିଛନ୍ତି ।
ଲୋକଙ୍କ ସହ ଉଦ୍ୟାନ ବୁଲିଲେ ରାଜ୍ୟପାଳ
ଉଦ୍ୟାନ ଫାଟକ ଖୋଲୁ ଖୋଲୁ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଥିଲା। କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜ୍ୟପାଳ ଲୋକଙ୍କ ସହ ମିଶିଥିଲେ। ଉଦ୍ୟାନ ବୁଲିବା ସହ ହସଖୁସି ଓ ବାର୍ତ୍ତାଳାପ କରିଥିଲେ। ଲୋକମାନେ ବି ତାଙ୍କ ସହ ସେଲ୍ଫି ନେବାର ଅବସର ହାତଛଡ଼ା କରିନଥିଲେ। ରାଜ୍ୟର ପ୍ରଥମ ମହିଳା ଅର୍ଥାତ୍ ରାଜ୍ୟପାଳଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ପିଲାମାନଙ୍କୁ ଚକୋଲେଟ୍, ପେନ୍ ପେନସିଲ୍ ଆଦି ବାଣ୍ଟିଥିଲେ। ପିଲାମାନଙ୍କୁ ଡାକି କରି ସେମାନଙ୍କ ସେଲ୍ଫି ନେବାର ଇଚ୍ଛାକୁ ବି ପୂର୍ଣ୍ଣ କରିଥିଲେ।
ମୟୂର, ବତକ ସହ ଉଦ୍ୟାନର ମୁଖ୍ୟ ଆକର୍ଷଣ ସାଜିଥିବା ଫୁଲ ଉଦ୍ୟାନରେ ଦେଖିବାକୁ ମିଳିଥିଲା ୩୯ କିସମର ଫୁଲ। ବେଙ୍ଗାଲୁରୁରୁ ଅନେକ ଫୁଲର ଚାରା ମଗାଯାଇଥିବା ବେଳେ କିଛି ଚାରା ସ୍ଥାନୀୟ ନର୍ସରି ଏବ˚ ଆଉ କିଛି ମାଳି ଉଦ୍ୟାନ ମଧୢରେ ପ୍ରସ୍ତୁତ କରିଥିଲେ। ୧୨ଜଣ ମାଳି ଏହି ଫୁଲ ବଗିଚାକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜେଇ ରଖିଥିଲେ। ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ପିଟୁନିଆ, ଗ୍ଲାଡିଓଲି, ଏଜେଲିଆ, କେଲେଣ୍ତୁଲା, ଡାଲିଆ, ବିଭିନ୍ନ ପ୍ରକାରର ଗେଣ୍ଡୁ ଓ ସେବତୀ ଉଦ୍ୟାନର ଶୋଭାବର୍ଦ୍ଧନ କରୁଛି। ରବିବାର ଛଡ଼ା ପ୍ରତ୍ୟେକ ଦିନ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ୟାନ ଖୋଲା ରହିବ।
from Kanak News https://ift.tt/2SZe4wP https://ift.tt/2SR4Frc


No comments: