ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣା : ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ତଦନ୍ତ ହେଲେ ଜଣାପଡିବ ସବିଶେଷ ଘଟଣା

ଭୁବନେଶ୍ବର ୨୫।୧: ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଖବର ପାଇବା ପରେ ପରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ତଦନ୍ତ ହେଲେ ପ୍ରକୃତ ଘଟଣା ଜଣାପଡିବ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ସାରିଥିଲେ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ବିମାନବନ୍ଦରରେ ଟର୍ମିନାଲ ୧ ଓ ୨କୁ ସଂଯୋଗ କରୁଥିବା ବିଲଡିଂର ଛାତ ତିଆରି କାମ ଚାଲୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।

ଫଳରେ ଜଣେ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଅନ୍ତର୍ଯ୍ୟାମୀ ଗୁରୁ ଓ ତାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର । ସେହିପରି ଆହତ ଶ୍ରମିକ ନବ କିଶୋର ସ୍ବାଇଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।



from Prameya News7 https://ift.tt/2NVWlDl
ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣା : ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ତଦନ୍ତ ହେଲେ ଜଣାପଡିବ ସବିଶେଷ ଘଟଣା ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣା : ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ତଦନ୍ତ ହେଲେ ଜଣାପଡିବ ସବିଶେଷ ଘଟଣା Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.