ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା : ୧୮ଜଣଙ୍କର ମୃତ୍ୟୁ, ୨୦୦ରୁ ଅଧିକ ଆହତ

ଆଙ୍କାରା ୨୫।୧: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଲାଜିକ୍ ପ୍ରୋଭିନ୍ସ ଅଂଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରହିଥିବା ଜଣାପଡିଛି । ଭୂମିକମ୍ପ ଯୋଗୁଁ କେତେକ ବିଲ୍ଡିଂ ମାଟିରେ ମିଶିଯାଇଛି । କେତେକ ବିଲ୍ଡିଂରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଭୂମିକମ୍ପ ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ୮ଟା ୫୫ ମିନିଟ୍ ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡିଛି ।

ଏହି ଭୂମିକମ୍ପରେ ତୁର୍କୀର ପୂର୍ବ ଇଲାଜିଗ ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଟିରେ ମିଶିଯାଇଥିବା ବିଲ୍ଡିଂ ତଳେ ଲୋକମାନେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ଘରୁ ବାହାରକୁ ଚାଲିଆସିଥିଲେ । ଭୂମିକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟଭୀତ ହୋଇ ରାସ୍ତାରେ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

ତୁର୍କୀରେ ଭୂମିକମ୍ପର ପ୍ରଭାବ ପଡୋଶୀ ଦେଶ ଇରାକ, ସିରିଆ ଏବଂ ଲେବନାନରେ ଅନୁଭୂତ ହୋଇଛି ।



from Prameya News7 https://ift.tt/38OfdMD
ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା : ୧୮ଜଣଙ୍କର ମୃତ୍ୟୁ, ୨୦୦ରୁ ଅଧିକ ଆହତ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା : ୧୮ଜଣଙ୍କର ମୃତ୍ୟୁ, ୨୦୦ରୁ ଅଧିକ ଆହତ Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.