ଇଷ୍ଟାନ୍ବୁଲ୍: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତୁର୍କୀ। ପୂର୍ବ ତୁର୍କୀରେ ଏକ ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଇଲାଜିଗ୍ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍ରିସ୍ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି।
ଭୂକମ୍ପ ବେଳେ ୧୫ ଥର ଝଟ୍କା ଅନୁଭୂତ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ଭୟଭୀତ ହୋଇ ରାସ୍ତା ଉପରକୁ ଚାଲି ଆସି ଜୋରରେ ଚିତ୍କାର କରିଥିଲେ।
ଭୂକମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା ଲାଗି ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ତୁର୍କୀ ରାଷ୍ଟ୍ରପତି Recep Tayyip Erdogan କହିଛନ୍ତି।
ଅନ୍ୟପକ୍ଷରେ ଏତେ ବଡ଼ ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ ଏକ ଭୟର ବାତାବରଣ ଖେଳି ଯାଇଛି।
from OTV Khabar. https://ift.tt/2Gmgyhu
No comments: