ଖସିବ ପାରଦ ବଢିବ ଥଣ୍ଡା । ୨ରୁ୩ ଡିଗ୍ରିକୁ ଖସିପାରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା । ୨୮ ବେଳକୁ ହୋଇପାରେ ଘଡଘଡି ସହ ହାଲୁକା ବର୍ଷା Kanak News

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ସ୍ଥାନେ ସ୍ଥାନେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ। ତେବେ ୨୮ ଓ ୨୯ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆକଳନ କରାଯାଇଛି।
from Kanak News https://ift.tt/38CC90X https://ift.tt/2FxRYtD
ଖସିବ ପାରଦ ବଢିବ ଥଣ୍ଡା । ୨ରୁ୩ ଡିଗ୍ରିକୁ ଖସିପାରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା । ୨୮ ବେଳକୁ ହୋଇପାରେ ଘଡଘଡି ସହ ହାଲୁକା ବର୍ଷା Kanak News
Reviewed by SUBHENDU BARAL
on
January 24, 2020
Rating:
No comments: