ଜଳେଶ୍ବର ୨୦/୧ : ୬୦ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ପିକନିକ ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ। ଏଥିରେ ୭ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।

ପଶ୍ଚିମବଗଂର ପର୍ଯ୍ୟଟକମାନେ ପୁରୀରୁ କଲିକତା ଫେରୁଥିବାବେଳେ ଘଟିଛି ଦୁର୍ଘଟଣା । ଆହତ ହୋଇଥିବା ସମସ୍ତଙ୍କ ଘର ପଶ୍ଚିମବଗଂ। ପୋଲିସ ପହଞ୍ଚି ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି। ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି।

from Prameya News7 https://ift.tt/2ubpKCl
ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ : ୭ ଯାତ୍ରୀ ଗୁରୁତର
Reviewed by SUBHENDU BARAL
on
January 19, 2020
Rating:
No comments: