ଏଣିକି ୨ ଘଣ୍ଟାରେ ସୁରତରେ ପହଞ୍ଚିବେ OTV KHABAR BUREAU

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ବିମାନ ଚଳାଚଳ କରିବାକୁ ଥିବାବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ।

ଏହି କ୍ରମରେ ଭୁବନେଶ୍ୱରରୁ ଆଜି ସକାଳ ୮ଟା ୪୦ରୁ ବିମାନ ସୁରତକୁ ଉଡ଼ାଣ ଭରିଛି। ଏହା ଦିନ ୧୦ଟା ୪୦ରେ ସୁରତରେ ପହଞ୍ଚିବ।

ସେହିପରି ସୁରତରୁ ସକାଳ ୮ଟା ୪୦ରେ ବିମାନ ବାହାରିବ ଓ ଭୁବନେଶ୍ୱରରେ ଦିନ ୧୦ଟା ୪୦ରେ ପହଞ୍ଚିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।



from OTV Khabar. https://ift.tt/2TG62tg
ଏଣିକି ୨ ଘଣ୍ଟାରେ ସୁରତରେ ପହଞ୍ଚିବେ OTV KHABAR BUREAU ଏଣିକି ୨ ଘଣ୍ଟାରେ ସୁରତରେ ପହଞ୍ଚିବେ OTV KHABAR BUREAU Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.