ହସଂପାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ, ୧୦ରୁ ଅଧିକ ଆହତ, ୨ ଶିଶୁ ସଂକଟାପନ୍ନ

ଭୁବନେଶ୍ୱର ୨୦/୧: ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହସଂପାଳ ଛକ ବିଗ୍ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୨ ମୃତ ୧୦ରୁ ଅଧିକ ଆହତ । ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତାହତମାନଙ୍କ ପରିଚୟ ମିଳି ପାରିନାହିଁ।

ଆହତମାନଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡିଛି। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଛି। ରାତି ପ୍ରାୟ ସାଢ଼େ ୨ଟା ବେଳେ ଏକ ଟାଭେରା କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା।

କୌଣସି ଏକ ଭାରୀଯାନ ଟାଭେରାଟିକୁ ବାମ ପଟୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୂରମାର୍  ହୋଇଯାଇଥିଲା। ଏହାସହ ଗାଡ଼ି ଭିତରେ ମୃତକଦ୍ବୟ ଚାପି ହୋଇ ରହିଥିଲେ।



from Prameya News7 https://ift.tt/2TPMaUH
ହସଂପାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ, ୧୦ରୁ ଅଧିକ ଆହତ, ୨ ଶିଶୁ ସଂକଟାପନ୍ନ ହସଂପାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ, ୧୦ରୁ ଅଧିକ ଆହତ, ୨ ଶିଶୁ ସଂକଟାପନ୍ନ Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.