ଆଜି କଟକରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଜେପିର ଜନଜାଗରଣ ଶୋଭାଯାତ୍ରା : କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

କଟକ ୬/୧: କେନ୍ଦ୍ରାପଡ଼ା ପରେ କଟକ । ଆଜି କଟକରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଜେପି ପକ୍ଷରୁ ହେବ ଜନଜାଗରଣ ଶୋଭାଯାତ୍ରା । ଗତକାଲି କେନ୍ଦ୍ରାପଡ଼ା ମହାକାଳପଡ଼ାରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂଗ କୁଲସ୍ତେ ଆଉ ପୁରୀରେ ବରିଷ୍ଠ ବିଜେପି ନେତା  ରାଜୀବ ପ୍ରତାବ ରୁଡ୍ଡି ସଚେତନତା ଶୋଭାଯାତ୍ରା କରିଥିବା ବେଳେ ଆଜି କଟକରେ କାର୍ଯ୍ୟକ୍ରମ କରିବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ସକାଳ ୧୦ଟାରେ ରେଭେନ୍ସା କଲେଜ ଛକରୁ ଅଭିଯାନର ଶୁଭାରମ୍ଭ ହେବ ।

ରେଭେନ୍ସା କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ ହେ।ଇ ରାଣୀହାଟ, ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ, ବାଦାମବାଡି ଟ୍ରାଫିକ୍ ଛକ ଦେଇ ଖାନନଗର ଟ୍ରାଫିକ୍ ଛକ ନିକଟରେ ଶେଷ ହେବ । କଂଗ୍ରେସ ଓ କିଛି ଆଞ୍ଚଳିକ ଦଳ ଏହି ଆଇନ୍ ନେଇ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବିଜେପି ଅଭିଯୋଗ କରିଛି ବିଜେପି ।

ତେଣୁ ନାଗରିକତା ସଂଶୋଧନ ଆଇନ ନେଇ ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ବିଜେପି ରାଜ୍ୟବ୍ୟାପୀ ଏଭଳି ଶୋଭାଯାତ୍ରା କରିବାକୁ ପଦକ୍ଷେପ ନେଇଛି । ରାଜ୍ୟର ପାଞ୍ଚଟି ବଡ଼ ବଡ଼ ସହରରେ ବିଜେପି ପକ୍ଷରୁ ଏଭଳି ଶୋଭାଯାତ୍ରା  କରାଯିବ।



from Prameya News7 https://ift.tt/2ZSfrii
ଆଜି କଟକରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଜେପିର ଜନଜାଗରଣ ଶୋଭାଯାତ୍ରା : କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଜି କଟକରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଜେପିର ଜନଜାଗରଣ ଶୋଭାଯାତ୍ରା : କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.