ବର୍ଷାରେ ଧୋଇଗଲା ବର୍ଷର ପ୍ରଥମ ଟି-ଟ୍ବେଣ୍ଟି

ମୁମ୍ବାଇ୬|୦୧: ଆସାମର ଗୌହାଟୀରେ ଖେଳାଯିବାକୁ ଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ରବ୍ଦ ହୋଇଛି। ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରି ଦିଆଯାଇଛି।

ଆଜି ଆରମ୍ଭରୁ ପାଗ ମେଘୁଆ ରହିଥିଲା। କିନ୍ତୁ ବର୍ଷା ହୋଇନଥିଲା। ଫଳରେ ଟସ ପକାଇବାରେ ବାଧା ସୃଷ୍ଟି ହୋଇନଥିଲା। ଆଜିର ମ୍ୟାଚରେ ଭାରତ ଟସ୍ ଜିତିଥିଲେ ମଧ୍ୟ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଖେଳ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବର୍ଷା ହୋଇଥିଲା। ଫଳରେ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ବାରମ୍ବାର ଫିଲ୍ଡ ଅମ୍ବାୟାର ପରିଦର୍ଶନ କରିଥିଲେ ମଧ୍ୟ ପଡିଆ ଓ ପିଚ୍ ଶୁଖି ନଥିଲା। ୮ଟା ୩୦ ସୁଧା ବର୍ଷା ଛାଡିଗଲେ ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷା ଛାଡି ନଥିଲା।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପିଚ୍ ଦେଖିଥିଲେ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ। ଏହାପରେ ଫିଲ୍ଡ ଅମ୍ପାୟାର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତି ନେଇଥିଲେ।



from Prameya News7 https://ift.tt/2QuEaX7
ବର୍ଷାରେ ଧୋଇଗଲା ବର୍ଷର ପ୍ରଥମ ଟି-ଟ୍ବେଣ୍ଟି ବର୍ଷାରେ ଧୋଇଗଲା ବର୍ଷର ପ୍ରଥମ ଟି-ଟ୍ବେଣ୍ଟି Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.