ରାସ୍ତା ମଝିରେ ଧାନ ବସ୍ତା ରଖି ଧାରଣା ଦେଲେ ଚାଷୀ, ଦାବି ପୂରଣ ନହେବା ଯାଏଁ ରାସ୍ତାରୁ ଉଠିବେ ନାହିଁ

ପଦ୍ମପୁର ୨୨।୦୧: ରାଜରାସ୍ତାରେ ଧାନବସ୍ତାର ରଖି ଧାରଣା ଦେଲେ ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ବଏସନା ରୋଡ ଲଖମରା ଛକରେ ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି ।  ଚାଷୀମାନେ ରାସ୍ତା ଉପରେ ୫ହଜାର ବସ୍ତା ପକାଇ ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ନପୁର ବଏସନା ରୋଡ଼ ଲଖମାର ଛକରେ ୫୦୦୦ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିଛନ୍ତି । ଲାଖମରା ସୋସାଇଟିର ପାଖା ପାଖା୩୦୮ଜଣ ଚାଷୀଙ୍କ ଧାନ ବିକ୍ରି କାର୍ଡ ହୋଇପାରିନାହିଁ । ସେଥିଲାଗି ଚାଷୀମାନେ ଧାନ ବିକ୍ରୀ କରିପାରୁନାହାନ୍ତି ।  ଚାଷୀମାନେ ଦୁଇ ଦିନ ପୂର୍ବରୁ ଚାଷୀମାନ ରାସ୍ତାରୋକ କରିଥିଲେ, ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଟୋକନର ବ୍ୟବସ୍ଥା କରାଯାଇାନାହିଁ । ଶେଷରେ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ।  ଚାଷୀମାନଙ୍କୁ  ପଦ୍ମପୁର ଉପ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ କେବଳ ସାନ୍ତନା ଦେଉଥିବା ଅଭିଯୋଗ କରିଛନ୍ତି । ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜଣାଇଥିଲେ ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ,ସେମାନେ ବାଧ୍ୟ ହୋଇ ଏହି ରାସ୍ତା ଆପଣାଇଛନ୍ତି ।  ଦାବି ପୂରଣ ନ ହେବାଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ଜଣାଇଛନ୍ତି  ।



from Prameya News7 https://ift.tt/2NRdaPM
ରାସ୍ତା ମଝିରେ ଧାନ ବସ୍ତା ରଖି ଧାରଣା ଦେଲେ ଚାଷୀ, ଦାବି ପୂରଣ ନହେବା ଯାଏଁ ରାସ୍ତାରୁ ଉଠିବେ ନାହିଁ ରାସ୍ତା ମଝିରେ ଧାନ ବସ୍ତା ରଖି ଧାରଣା ଦେଲେ ଚାଷୀ, ଦାବି ପୂରଣ ନହେବା ଯାଏଁ ରାସ୍ତାରୁ ଉଠିବେ ନାହିଁ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.