ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ମଣିନାଥପୁର ଓ ପାଖ ଗାଁ ମୁଢ଼ାପଦାରେ ୨ ଗୋଷ୍ଠୀ ନିଜ ଗାଁ ପାଖରେ ବୈତରଣୀ ନଦୀରୁ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ । ହେଲେ ତହସିଲଦାର ମଣିନାଥପୁର ଘାଟରେ ନିୟମିତ ଭାବେ ଚଢ଼ଉ କରିବାରୁ ଘାଟ ବନ୍ଦ ହୋଇଥିଲା। ହେଲେ ମୁଢ଼ାପଦା ଗାଁ ଲୋକେ ଚୋରାରେ ବାଲି ଉଠାଉଥିଲେ।
ଗତକାଲି ମୁଢ଼ାପଦାକୁ ଆସୁଥିବା ଗାଡ଼ିକୁ ଅଟକାଇ ମଣିନାଥପୁରକୁ ନେବାକୁ କହିଥିଲେ। ସେଠାକୁ ଯାଇ ମୁଢ଼ାପଦା ବାଲି ବେପାରୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ପରେ ସଂଘର୍ଷ ହୋଇଥିଲା। ଦୀର୍ଘ ୪ ବର୍ଷ ହେଲା ଷୋଳମପୁରର ମୁଢ଼ାପଦାରେ ବାବା ବୈଦ୍ୟନାଥଙ୍କ ମନ୍ଦିର ସାମନାରୁ ବେଆଇନ ଭାବେ ବାଲି ଚୋରାରେ ଚାଲାଣ ହୋଇଆସୁଛି।
from OTV Khabar. https://ift.tt/2PmsTrg
ବେଆଇନ ବାଲି ଘାଟକୁ ନେଇ ଗୋଷ୍ଠୀ ସଂଘର୍ଷ Pradesh Pratyush
Reviewed by SUBHENDU BARAL
on
December 13, 2019
Rating:
No comments: