ପାରାଦୀପ: ମହଙ୍ଗା ପଡ଼ିଲା ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା। ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍ ଗିରଫ କରିଛି। କୋର୍ଟ ଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏବେ ଜେଲ୍ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗତ ଶନିବାର ଦିନ ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୀନା ନନ୍ଦ ନିଧୂର୍ମ ପିଟିଥିଲେ। ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ପିଠି, ଗାଲ, ହାତ, କାନ ଆଦି ବିଭିନ୍ନ ସ୍ଥାନରେ ନୋଳା ଫାଟି ଯାଇଥିଲା।
ଏ ସମ୍ପର୍କରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରେ କହିବା ପରେ ତାଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ତଦନ୍ତ ଆରମ୍ଭ କରି ଏଭଳି ମାଡ଼ ମାରିଥିବା ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରିଥିଲା। ପାଠ ପଢାକୁ ନେଇ ସେ(ପ୍ରଧାନ ଶିକ୍ଷୟିତ୍ରୀ) ପିଲାଟିକୁ ବାଡ଼େଇଥିବା କଥା ସ୍ୱୀକାର କରିଥିବା ପୁଲିସ୍ କହିଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
from OTV Khabar. https://ift.tt/2ZiG7bz
No comments: