ଝାଡଖଣ୍ଡରେ ବ୍ରାଣ୍ଡ ମୋଦିର ଆଜି ବଡ ଅଗ୍ନିପରୀକ୍ଷା । ବିଧାନସଭା ଭୋଟ ଗଣତିରେ ଜେଏମଏମ-କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର Kanak News

କନକ ବ୍ୟୁରୋ: କିଏ ଜିତିବି ଝାଡଖଣ୍ଡ । ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । କଡା ସୁରକ୍ଷା ବଳôୟରେ ଗଣତି ଚାଲିଛିା ରାଜ୍ୟରେ ଜେଭିଓଏମ-କଂଗ୍ରେସ ମେଂଟ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ଚାଲିଛି । ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର-ପୂର୍ବ ଆସନରୁ ଆଗରେ ଅଛନ୍ତି ।

ହେମନ୍ତ ସୋରେନ ଗୋଟିଏ ଆସନରେ ଆଗୁଆ ଥିବାବେଳେ ଅନ୍ୟ ଏକ ଆସରେ ପଛୁଆ ଅଛନ୍ତି । ଏଠାରେ ୮୧ଟି ବିଧାନସଭା ଆସନ ପାଇଁ ୫ଟି ପ ର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ଏଠାରେ ବହୁମତ ପାଇଁ ଆବଶ୍ୟକ ହେଉଛି ୪୧ ଆସନ । ଝାଡଖଣ୍ଡର ନିର୍ବାଚନ ମୁଖମନ୍ତ୍ରୀ ରଘୁବାର ଦାସଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଛି । ବିଜେପିକୁ କଡା ଟକ୍କର ଦେଉଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ଆରେଜଡି ମେଂଟ । ଏହି ମେଂଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ହେମନ୍ତ ସୋରେନ । ମୋଟ ୮୧ଟି ଆସନ ପାଇଁ ଭୋଟଗଣତି ଚାଲିଛି ।



from Kanak News https://ift.tt/2Sk0FPM https://ift.tt/2Q9gea8
ଝାଡଖଣ୍ଡରେ ବ୍ରାଣ୍ଡ ମୋଦିର ଆଜି ବଡ ଅଗ୍ନିପରୀକ୍ଷା । ବିଧାନସଭା ଭୋଟ ଗଣତିରେ ଜେଏମଏମ-କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର Kanak News ଝାଡଖଣ୍ଡରେ ବ୍ରାଣ୍ଡ ମୋଦିର ଆଜି ବଡ ଅଗ୍ନିପରୀକ୍ଷା । ବିଧାନସଭା ଭୋଟ ଗଣତିରେ ଜେଏମଏମ-କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର Kanak News Reviewed by SUBHENDU BARAL on December 22, 2019 Rating: 5

No comments:

Powered by Blogger.