ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ମନେ ପକାଉଛି ସାରା ଦେଶ । Kanak News

କନକ ବ୍ୟୁରୋ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଜଣେ ସଫଳ ଦକ୍ଷ ରାଜନେତା ଭାବେ ସାରା ବିଶ୍ୱରେ ବେଶ୍ ଜଣାଶୁଣା ଅଟଳ ।
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍ଏ ପରେ ପରେ ସେ କାନପୁରରେ ଏଲଏଲବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ୟ୍ୟରେ ନିଷ୍ଠାର ସହ ଲାଗିଥିଲେ । ପ୍ରଥମ ଥର ପାଇଁ ୧୯୫୭ରେ ସଂସଦର ସଦସ୍ୟ ରୂପେ ଚୟନ ହୋଇଥିଲେ । ୧୯୫୦ର ପ୍ରାରମ୍ଭରେ ଆରଏସଏସର ପତ୍ରିକା ଚଳାଇବା ପାଇଁ ବାଜପେୟୀ ଲ’ ପାଠ ପଢ଼ା ଅଧାରେ ଛାଡ଼ି ଦେଇଥିଲେ ।

ଅଟଳ ବିହାରୀ ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇଥିଲେ । ଅନ୍ୟପଟେ ସେ ୨ ଥର ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ଏହି ସମୟରେ ସେ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟ ପ୍ରଦେଶରେୁ ଲୋକସଭା ନିର୍ବାଚନ ଲଢ଼ିଥିିଲେ ଓ ଜିତ୍ ହାସଲ ମଧ୍ୟ କରିଥିଲେ । ଆଉ ସେହିଠାରୁ ସେ ଗୁଜରାଟରୁ ରାଜ୍ୟସଭା ପହଞ୍ଚିଥିଲେ । ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ଭାରତ ଓ ପାକିସ୍ତାନ ମତଭେଦ ଦୂର କରିବା ପାଇଁ ସବୁବେଳେ ଚେଷ୍ଟାରତ ଥିଲେ ।
from Kanak News https://ift.tt/34W2Mvy https://ift.tt/371345Q
No comments: