୫-ଟି ପରେ ବି ଅବସ୍ଥା ସୁଧୁରୁନି ! କ୍ୟାପିଟାଲ ହସ୍ପିଟାଲର ଅସଲି ଚିତ୍ର, ଲୋକଙ୍କୁ ମିଳୁନାହିଁ କୁକୁର କାମୁଡା ଇଞ୍ଜେକସନ Kanak News

କନକ ବ୍ୟୁରୋ : ‘୫-ଟି’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଜଳଜଳ ଦେଖାଯାଉଛି। ଖୋଦ୍ ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ବାସ୍ଥ୍ୟସେବା ମିଳୁଛି, ତାହା ସ୍ପଷ୍ଟ ଅନୁମେୟ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଏହି ଯୋଜନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ୍ ମିଳୁନି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଆଶୁ ଚିକିତ୍ସା ବିଭାଗ ସମ୍ମୁଖରେ ନୋଟିସ୍ ମାରିଛନ୍ତି। ରାଜଧାନୀରେ ଗଳି କନ୍ଦିରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ୁଥିବା ବେଳେ ପ୍ରତ୍ୟେକ ଦିନ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି। ମାତ୍ର ସେଠାରେ କୁକୁର କାମୁଡ଼ା ଇଞ୍ଜେକସନ୍ ନ ମିଳିବା ରୋଗୀଙ୍କୁ ନିରାଶ କରିଛି। ବାଧ୍ୟ ହୋଇ ସେମାନେ ବାହାରୁ ଚଢ଼ା ଦରରେ ଔଷଧ କିଣୁଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଗରିବ ଲୋକମାନଙ୍କୁ କିଭଳି ମାଗଣାରେ ଉପଯୁକ୍ତ ଚିକିତ୍ସା ମିଳିପାରିବ, ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ନିୟମିତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସଚିବଙ୍କ ପର୍ଯ୍ୟନ୍ତ ହସ୍ପିଟାଲରେ ମିଳୁଥିବା ସେବା ସମ୍ପର୍କରେ ସମୀକ୍ଷା କରୁଛନ୍ତି। ମାତ୍ର ‘ନିରାମୟ’ ଯୋଜନାରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ ନହେବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ନିରାମୟ ଯୋଜନା ବାଦ୍ ପ୍ରତି ଜିଲ୍ଲା ଚିକିତ୍ସାଳୟକୁ ରାଜ୍ୟ ସରକାରଙ୍କ ତରଫରୁ ଔଷଧ କିଣିବା ପାଇଁ ୨୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଛି। ଏହା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ଏହି ଇଞ୍ଜେକ୍ସନ କାହିଁକି ଉପଲବ୍ଧ ହେଉନାହିଁ, ସେନେଇ ରୋଗୀମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ।



from Kanak News https://ift.tt/36tHBSN https://ift.tt/2YIBAyS
୫-ଟି ପରେ ବି ଅବସ୍ଥା ସୁଧୁରୁନି ! କ୍ୟାପିଟାଲ ହସ୍ପିଟାଲର ଅସଲି ଚିତ୍ର, ଲୋକଙ୍କୁ ମିଳୁନାହିଁ କୁକୁର କାମୁଡା ଇଞ୍ଜେକସନ Kanak News ୫-ଟି ପରେ ବି ଅବସ୍ଥା ସୁଧୁରୁନି ! କ୍ୟାପିଟାଲ ହସ୍ପିଟାଲର ଅସଲି ଚିତ୍ର, ଲୋକଙ୍କୁ ମିଳୁନାହିଁ କୁକୁର କାମୁଡା ଇଞ୍ଜେକସନ Kanak News Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.