କନକ ବ୍ୟୁରୋ : ଆଜି ଠାରୁ ପାଗରେ ପରିବର୍ତ୍ତନ ଆସିବ। ଥଣ୍ଡା ବଦଳରେ ବର୍ଷା ହେବ । ଉତ୍ତର ପଶ୍ଚିମ ଓଡ଼ିଶା ସମେତ କେତେକ ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ । ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଦିନର ପାଗ କୋହଲା ରହିବ । ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ୨୭ ତାରିଖ ପରେ ତାପମାତ୍ରା ପୁଣିଥରେ କମିବା ସହ ଥଣ୍ଡା ଅନୁଭୂତ ହେବ । ଏହି ସମୟ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଭୋର ସମୟରେ କୁହୁଡ଼ି ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୨୫ ତାରିଖ ଅପରାହ୍ନଠାରୁ ପାଗରେ ପରିବର୍ତନ ଆସିବ । ୨୫ ଓ ୨୬ରେ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ସହ ୨୬ ଓ ୨୭ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ୨୫ରୁ ୨୭ ତାରିଖ ଯାଏ ପାଗ ମେଘୁଆ ସହ ୨୬ ତାରିଖ ଅପରାହ୍ନରେ ସ୍ବଳ୍ପ ବର୍ଷା ହୋଇପାରେ । ୨୬ ଓ ୨୭ ତାରିଖରେ ଭୁବନେଶ୍ବର ସମେତ କେନ୍ଦ୍ରୀୟ, ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।
ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ । ୨୭ ଓ ୨୮ ତାରିଖରେ ଏହା ପୁଣି ୩ରୁ ୪ ଡିଗ୍ରି କମିବା ହେତୁ ଥଣ୍ଡା ବୃଦ୍ଧି ପାଇବ। ୩୦ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ପୁଣି ଥରେ ବଢ଼ିବ ବୋଲି ସେ ଆକଳନ କରିଛନ୍ତି।
from Kanak News https://ift.tt/2t1WAow https://ift.tt/2ESzPGh
ଆଜି ଠାରୁ ପାଗରେ ପରିବର୍ତ୍ତନ : ଥଣ୍ଡା ବଦଳରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା Kanak News
Reviewed by SUBHENDU BARAL
on
December 24, 2019
Rating:
No comments: