ସୋମ ୨୫।୧୨: ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ରାଷ୍ଟ୍ରପତି ରୋଚ ମାର୍କ କାବୋର କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ୮୦ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି ।
ସୂଚନା ଅନୁସାରେ କାବୋର ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣ ଦେଶର ସୋମ ଅଞ୍ଚଳର ଅର୍ବିଡା ଶହରରେ ହୋଇଛି । ସେ କହିଛନ୍ତି ଯେ, ସେନା ବାହୀନ ବୀରତ୍ବର ସହ ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସେ କହିଛନ୍ତି ଯେ, ଏହି ଆକ୍ରମଣରେ ୩୫ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଆକ୍ରମଣ ପରେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
from Prameya News7 https://ift.tt/377Y0Ng
No comments: