ନୂଆଦିଲ୍ଲୀ: ଖ୍ରୀଷ୍ଟ୍ମାସ୍ର ଦିନକ ପୂର୍ବରୁ BSNL ଏହାର ଗ୍ରାହକମାନଙ୍କୁ ଖ୍ରୀଷ୍ଟ୍ମାସ୍ ଗିଫ୍ଟ ଭାବେ ନୂଆ ଆକର୍ଷଣୀୟ ଉପହାର ଦେଇଛି। ୧,୯୯୯ ଟଙ୍କାର ପ୍ଲାନ୍କୁ ରିଭାଇଜ୍ କରାଯାଇ କମ୍ପାନୀ ପକ୍ଷରୁ ଏହାର ଭାଲିଡିଟି(ବୈଧତା)କୁ ୬୦ ଦିନ ଯାଏ ବୃଦ୍ଧି କରାଯାଇଛି। ଏବେ ଏହି ପ୍ଲାନ୍ ୩୬୫ ଦିନ ବଦଳରେ ୪୨୫ ଦିନର ବମ୍ପର୍ ଭାଲିଡିଟି ମିଳିବ। ଏହାସହ ଗ୍ରାହକଙ୍କୁ ୧୨୭୫ ଜିବି ଇଣ୍ଟରନେଟ୍ ଡାଟା ମଧ୍ୟ ମିଳିବ।
ଖାଲି ଏତିକି ନୁହେଁ ଏହି ପ୍ଲାନ୍କୁ ସବ୍ସ୍କ୍ରାଇବ୍ କରିଥିବା ୟୁଜର୍ସଙ୍କୁ ମାଗଣାରେ BSNL Tunes ଓ BSNL TV ମଧ୍ୟ ମିଳିବ। ଅର୍ଥାତ୍ ଏଥିପାଇଁ ୟୁଜର୍ସଙ୍କୁ କୌଣସି ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ।
ମିଳିବ ଏକ୍ସଟ୍ରା ଟକ୍ଟାଇମ୍…
କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ଘୋଷଣା କରାଯାଇଛି ଯେ, ୪୫୦ଟଙ୍କା ଓ ୨୫୦ ଟଙ୍କା ପ୍ଲାନ୍ରେ ଏକ୍ସଟ୍ରା ଟକ୍ଟାଇମ୍ ମଧ୍ୟ ମିଳିବ।
ଜାନୁଆରୀ ୩୧ ପର୍ଯ୍ୟନ୍ତ ମିଳିବ ଅଫର୍…
୧,୯୯୯ ଟଙ୍କାର ପ୍ଲାନ୍ରେ ୬୦ ଦିନର ଏକ୍ସଟ୍ରା ଭାଲିଡିଟିର ଅଫର ଡିସେମ୍ବର ୨୫ ରୁ ୨୦୨୦ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତ ସର୍କଲରେ ଉପଲ୍ଲବ୍ଧ ରହିବ। ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ପ୍ୟାକ୍କୁ ରିଚାର୍ଜ କରିଥିବା ୟୁଜର୍ସଙ୍କୁ ୪୨୫ ଦିନର ଭାଲିଡିଟି ମିଳିବ।
BSNL Sixer planରେ ମଧ୍ୟ ରିଭାଇଜ୍…
BSNL ଏହାର ୬୬୬ଟଙ୍କା ପ୍ଲାନ୍ରେ ପରିବର୍ତ୍ତନ କରିଛି। ଏହି ପ୍ଲାନ୍ର ନାଁ BSNL Sixer plan ମଧ୍ୟ ରଖାଯାଇଛି। ପୂର୍ବରୁ ଏହି ପ୍ଲାନ୍ରେ ୨ ଜିବି ଡାଟା ପ୍ରତ୍ୟେକ ଦିନ ମିଳୁଥିଲା, ହେଲେ କମ୍ପାନୀ ପକ୍ଷରୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ଲାନ୍(୬୬୬ଟଙ୍କା)ରେ ପ୍ରତ୍ୟେକ ଦିନ ୩ ଜିବି ଡାଟା ମିଳିବ। ତେବେ ଡିସେମ୍ବର ୩୧ ପରେ ମିଳୁଥିବା ଏହି ଏକ୍ସଟ୍ରା ଡାଟା ସୁବିଧା ପୁଣିଥରେ ପୂର୍ବଭଳି ରହିବ। ଅର୍ଥାତ୍ ପ୍ରତ୍ୟେକ ଦିନ ୨ ଜିବି ଡାଟା ମିଳିବ।
from OTV Khabar. https://ift.tt/2sXh8i6
No comments: