ଭୁବନେଶ୍ୱର ୨୫।୧୨: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ହୋଟେଲ୍ରେ ଯୁବତୀ ଅସଦାଚରଣର ଘଟଣା ଏବେ ନୂଆ ମୋଡ଼ ନେଇଛି । ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ଜଣେ ବାଂଲାଦେଶୀ । ବିନା ପାସ୍ପୋର୍ଟ ଓ ଭିସାରେ ନକଲି ଆଧାରକାର୍ଡ ଧରି ଓଡ଼ିଶା ଆସିଥିବା ଅଭିଯୋଗରେ ପୋଲିସ୍ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଗତ ଏକ ମାସ ହେବ ସଂପୃକ୍ତ ବାଂଲାଦେଶୀ ଯୁବତୀ ଓଡ଼ିଶା ଆସି ଏଠାରେ ଦେହ ବ୍ୟବସାୟ କରୁଥିଲା । ଗତ ୧୬ ତାରିଖ ଦିନ ହୋଟେଲ୍ର ଦୁଇ କର୍ମଚାରୀଙ୍କ ସହ ସଂପୃକ୍ତ ଯୁବତୀର ପାଟିତୁଣ୍ଡ ହୋଇଥିଲା । କଥା ଥାନାରେ ପହଞ୍ଚିଲା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ପରିଚୟ ମାଗିଥିଲା । ଯୁବତୀ ପଶ୍ଚିମବଙ୍ଗ ଠିକଣାର ଏକ ଆଧାର କାର୍ଡ ଦେଇଥିଲେ । ଉକ୍ତ କାର୍ଡ ଯାଞ୍ଚ ସମୟରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ଯୁବତୀଙ୍କୁ ସୁଧାର ଗୃହରେ ଛାଡ଼ି ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ୍ କୋଲକତା ଯାଇଥିଲା ।
ବିନା ପାସ୍ପୋର୍ଟରେ ବାଂଲାଦେଶରୁ ପଶ୍ଚିମବଙ୍ଗରେ ପଶିଥିଲା । ସେଠାରୁ ରାଜା ନାମକ ଜଣେ ଦଲାଲ୍ ଦ୍ୱାରା ପିପିଲି ଥିବା ରାଣୀ ମହୁମାଛିଙ୍କ ପାଖରେ ପହଞ୍ଚିଲା । ସେ ତାକୁ କାମରେ ଲାଗାଇ ତା’ଠାରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା । ଏମାନେ ୪୦ ଜଣ ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣି ଦେହ ବ୍ୟବସାୟରେ ଲଗାଇଛନ୍ତି । ସେମାନଙ୍କ ବୟସ ୨୦ରୁ ୨୫ ମଧ୍ୟରେ ବୋଲି ଜଣାପଡ଼ିଛି ।
from Prameya News7 https://ift.tt/2MrP11z
No comments: