୩ଦଫା ଦାବି ନେଇ ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା, ଗାଡି ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ
କଣ୍ଟାବାଞ୍ଝି ୨୩।୧୨: ବଙ୍ଗୋମୁଣ୍ଡାକୁ ଏନଏସି ମନ୍ୟତା ଦାବି ସହ ୩ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି ।
ସୋମବାର ସକାଳ ସମୟରେ ନାଗରିକ ମଞ୍ଚର କର୍ମକର୍ତାମାନେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଆନ୍ଦୋଳନକାରି ମାନେ କହିଛନ୍ତି ଯେ ନାଗରିକ ମଂଚ ପକ୍ଷରୁ ଗତ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବଙ୍ଗୋମୁଣ୍ଡା ପଂଚାୟତ କୁ ଏନଏସି ମାନ୍ୟତା,ବଙ୍ଗୋମୁଣ୍ଡା ପିଏଚସି କୁ ଏରିଆ ହସ୍ପିଟାଲ ର ମାନତ୍ୟା ଏବଂ ମକୁନ୍ଦ ସାଗର ର ପୁନଃଉଦ୍ଧାର ପାଇଁ ଦାବି ପତ୍ର ଦିଆଯାଇଥିଲା ।
କିନ୍ତୁ ଦିର୍ଘ ୧୮ ଦିନ ମଧ୍ୟରେ କୌଣସି ପ୍ରତିଶୃତି ନ ମିଳିବାରୁ ସୋମବାର ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି । ଆଜିର ଏହି ବନ୍ଦ ରେ ଦୋକାନ ବଜାର ସରକାରୀ ଓ ବେସରକାରି ପ୍ରତିଷ୍ଠାନ ,ସ୍କୁଲ କଲେଜ ଓ ଗାଡି ଚଳାଚଳ ସମ୍ପୁର୍ଣ ଭାବରେ ବନ୍ଦ ରହିଛି।
from Prameya News7 https://ift.tt/2Mjv3FS
No comments: