ମୁମ୍ବାଇ: ଏମିତି ଲାଗୁଛି ମହାରାଷ୍ଟ୍ର ମହାନାଟକରେ ଏବେ ବି ଆହୁରି ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିବ। ପ୍ରତ୍ୟେକ ଦିନ ମହାରାଷ୍ଟ୍ର ରାଜନୀତିରେ ହଠାତ୍ ଏମିତି କିଛି ନା କିଛି ଘଟଣା ଘଟୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଂଗ୍ରେସ-ଏନ୍ସିପି ଓ ଶିବସେନା ମିଳିତ ଭାବରେ ରାଜ୍ୟପାଳଙ୍କୁ ଯେଉଁ ଦାବି ପତ୍ର ଦେଇଛନ୍ତି ସେଠିରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ସରକାର କାହା ନେତୃତ୍ୱରେ ହେବ ? ମୁଖ୍ୟମନ୍ତ୍ରୀ କିଏ ହେବ ? ଏସବୁ ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇନି।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ମରାଠୀ ଭାଷାରେ ଲେଖା ହୋଇଥିବା ଏହି ଚିଠିରେ କଂଗ୍ରେସ ବିଧାୟକ ଦଳର ନେତା ନୁହେଁ ବରଂ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଦସ୍ତଖତ ରହିଛି। ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି, କ’ଣ ଏବେ ବି ଉଦ୍ଧବ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସମ୍ପୂର୍ଣ୍ଣ ସହମତି ମିଳିନାହିଁ ? ଏପର୍ଯ୍ୟନ୍ତ କ’ଣ କଂଗ୍ରେସ ବିଧାୟକ ଦଳର ନେତା କିଏ ସେନେଇ ଚୟନ ହୋଇନାହିଁ ? କ’ଣ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ହସ୍ତାକ୍ଷରକୁ ରାଜ୍ୟପାଳ ଗ୍ରହଣ କରିବେ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଏବେ ସୁଦ୍ଧା ଯାହା ଶୁଣିବାକୁ ମିଳୁଛି, ଯଦି ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି ଓ ଶିବସେନା ମେଣ୍ଟ ସରକାର ଗଠନ ହୁଏ ତେବେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ।
ଅନ୍ୟପକ୍ଷରେ ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍ରେ ଶିବସେନା, ଏନ୍ସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଆମେ ୧୬୨ ବିଧାୟକ ଏକାଠି ଅଛୁ ଏବଂ ରାଜ୍ୟପାଳ ନିଜେ ଆସି ଦେଖିଯିବାକୁ ଟ୍ୱିଟ୍ ଯୋଗେ ଆହ୍ୱାନ ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।
ସେପଟେ ମହାରାଷ୍ଟ୍ର କ୍ଷମତା ଲଢେଇ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ମୁଖ୍ୟମନ୍ତ୍ରୀ ଭାବ ଫଡ୍ନାଭିସ୍ଙ୍କ ଶପଥ ଗ୍ରହଣକୁ ନେଇ ବିରୋଧୀ ଚ୍ୟାଲେଞ୍ଜ କରିଛନ୍ତି। ବିରୋଧୀ ଦାୟର କରିଥିବା ମାମଲାର ଆଜି ଆସିବ ରାୟ।
from OTV Khabar. https://ift.tt/2XJ7YkG
No comments: