ଚାନ୍ଦବାଲି ୨୬।୧୧: ଭଦ୍ରକ ଜିଲ୍ଲା ବାଂଶଡା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଅଶୋକ ଦାସ, ବଳରାମ ନାୟକ ହୋଇଥିବା ବେଳେ ଆହତଜଣଙ୍କ ନାମ ଆନନ୍ଦ ନାୟକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଏକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବା ବେଳେ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣାରେ ବାଇକରେ ଥିବା ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ, ପରେ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ଗୁରୁତର ଥିବା ଦୁଇ ଜଣଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରିଥିଲେ। ତେକେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ତେବେ ମୃତକ ଦୁଇଜଣ ହେଉଛନ୍ତି ଅଶୋକ ଦାସ ଓ ବଳରାମ ନାୟକ ବୋଲି ଜଣାପଡ଼ିଛି । ଆନନ୍ଦ ନାୟକ ନାମକ ବ୍ୟକ୍ତି ଆହତ ଅଛନ୍ତି । ତିନିଜଣ ଯୁବକ ସ୍ଥାନୀୟ ନଳଗୋହିରା ଗାଁରେ ବୋଲି ଜଣାପଡିଛି ।
from Prameya News7 https://ift.tt/2qOyi0u
No comments: