ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ OTV KHABAR BUREAU

ପାରାଦୀପ: ନୌସେନା ସପ୍ତାହ ଅବସରରେ ପାରାଦୀପ ବନ୍ଦରରେ ୨ଟି ଯୁଦ୍ଧ ଜାହାଜ ଲାଗିଛି। ଏହି ଦୁଇ ଯୁଦ୍ଧ ଜାହାଜ ହେଲା- ଆଇଏନ୍ଏସ୍ ଘରିଆଲ ଓ ଆଇଏନ୍ଏସ୍ ରାଣା।

ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପାରାଦୀପ ବନ୍ଦରରେ ଏହି ୨ଟି ଯୁଦ୍ଧ ଜାହାଜ ରହିବ। ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ମାଗଣାରେ ବୁଲି ଏହି ଯୁଦ୍ଧ ଜାହାଜ ଦେଖିପାରିବେ। ତେବେ ଯୁଦ୍ଧ ଜାହାଜ ଦେଖିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନିଜର ପରିଚୟ ପତ୍ର ଆଣି ପାରାଦୀପ ଜୟଦେବ ସଦନ ନିକଟରେ ପହଞ୍ଚିବେ। ସେଠାରୁ ବସ୍ ଯୋଗେ ବନ୍ଦରର ୪ ନମ୍ବର ଫାଟକ ଦେଇ ଜାହାଜ ନିକଟକୁ ନିଆଯିବ ବୋଲି ସୂଚନା ଦିଆଯାଇଛି।

ଦେଶର ଜଳସୀମାରେ ନୌସେନା କିପରି ଶତ୍ରୁପକ୍ଷର ମୁକାବିଲା କରି ଦେଶକୁ ସୁରକ୍ଷା ଦିଏ, ସେ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇବେ। ୧୯୭୧ ମସିହାରେ ଅପରେସନ୍ ଟ୍ରାଇଡେଣ୍ଟ୍‌ର ସଫଳତାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି।



from OTV Khabar. https://ift.tt/2XHBtDf
ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ OTV KHABAR BUREAU ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ OTV KHABAR BUREAU Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.