ଗୁଗଲର ବଡ଼ ଘୋଷଣା , ପିକ୍ସେଲରେ ଭୁଲ୍ ବାହାର କରିଥିବା ବ୍ୟକ୍ତିଙ୍କୁ ମିଳିବ ୧୦.୭୬ କୋଟି ଟଙ୍କା ପୁରସ୍କାର ! Kanak News

ଲିଜେଣ୍ଡାରୀ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ‘ଗୁଗଲ’ ନିଜ ୟୁଜର୍ସଙ୍କ ପାଇଁ ‘ବଗ୍ ବାଉଣ୍ଟି’ ନାମରେ ଏକ ପ୍ରୋଗ୍ରାମ ଆଣିଛି। ଏଥିରେ କମ୍ପାନୀ ଗୁଗଲ ପିକ୍ସଲ ସିରିଜର ସ୍ମାର୍ଟଫୋନରେ ଭୁଲ୍ ବାହାର କରିଥିବା ଲୋକଙ୍କୁ ୧.୫ ମିଲିୟନ୍ ଡଲାର ଅର୍ଥାତ୍ ୧୦ କୋଟି ୭୬ ଲକ୍ଷ ଟଙ୍କା ପୁରସ୍କାର ଦେବ। ଗୁଗଲ ନିଜ ଅଫିସିଆଲ୍ ପୋଷ୍ଟରେ ଏହା ଘୋଷଣା କରିଛି।

ପୋଷ୍ଟରେ ଲେଖାଯାଇଛି, ଯେଉଁ ବ୍ୟକ୍ତି ଡିଭାଇସରେ ଥିବା ଟାଇଟନ୍ ଏମ୍ ସୁରକ୍ଷା ଚିପକୁ ଭାଙ୍ଗିବ, ତାକୁ ୧୦ କୋଟିରୁ ଅଧିକ ଟଙ୍କା ପୁରସ୍କାର ଆକାରରେ ଦିଆଯିବ। କମ୍ପାନୀ ଖାସ୍ କରି ଏହି ଚିପକୁ ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ତିଆରି କରିଛି । ଆସନ୍ତୁ ଜାଣିବା ଗୁଗଲର ଏହି ଅଫର ବିଷୟରେ। ଗୁଗଲର ଟାଇଟନ୍ ଏମ୍ ଚିପକୁ ସବୁ ସିକ୍ୟୁରିଟି ଚିପ୍ ମଧ୍ୟରେ ସବୁଠାରୁ ଅଧିକ ରେଟିଙ୍ଗ୍ ମିଳିଛି। ଗୁଗଲ କହିଛି, ୟୁଜରମାନେ ଯେକୌଣସି ପ୍ରକାର ଭୁଲ୍ ବାହାର କରିବା ପାଇଁ ଆମେ ଏହି ଅଫରକୁ ଆଣିଛୁ, ଯାହା ଫଳରେ ଆମେ ସେହି ଭୁଲକୁ ସୁଧାରି ୟୁଜରମାନଙ୍କୁ ଆହୁରି ବଢ଼ିଆ ସର୍ଭିସ୍ ଦେଇପାରିବୁ। ଗୁଗଲ ପିକ୍ସେଲ ସ୍ମାର୍ଟଫୋନରେ ଭୁଲ୍ ଖୋଜୁଥିବା ୟୁଜରଙ୍କୁ ୧.୫ ମିଲିୟନ୍ ଡଲାରର ପୁରସ୍କାର ଦିଆଯିବ। କମ୍ପାନୀ ନିଜ ପୋଷ୍ଟରେ ଲେଖିଛି, ଆମେ ଆମର ଆଣ୍ଡ୍ରୋଏଡ୍ ସ୍ପେଶାଲ ପ୍ରିଭ୍ୟୁ ଭର୍ସନ ପାଇଁ ଏହି ଖାସ୍ ପ୍ରୋଗ୍ରାମ ଆଣିଛୁ। ଏଥିରେ ଭୁଲ୍ ବାଛିବା ୟୁଜରଙ୍କୁ ୫୦ ପ୍ରତିଶତ ଟଙ୍କା ବୋନସ୍ ଆକାରରେ ଦିଆଯିବ। ବଗ୍ ବାଉଣ୍ଟି ପ୍ରୋଗ୍ରାମ ଅଧୀନରେ ମିଳିବାକୁ ଥିବା ମୋଟ ମୂଲ୍ୟ ଦେଢ଼ ମିଲିୟନ ଡଲାର ହେବ। ଗୁଗଲ ବଗ୍ ବାଉଣ୍ଟି ୨୦୧୫ ରେ ଆରମ୍ଭ କରିଥିଲା। କମ୍ପାନୀ ନିଜ ବ୍ଲଗରେ ଲେଖିଛି, ଆମେ ଏ ପର୍ଯ୍ୟନ୍ତ ୧,୮୦୦ ରିପୋର୍ଟରଙ୍କୁ ପୁରସ୍କାର ଦେଇଛୁ। ଏହି ହିସାବରେ ୪ ବର୍ଷରେ ୪ ମିଲିୟନ୍ ଡଲାର ପୁରସ୍କାର ଆକାରରେ ଦିଆଯାଇସାରିଛି। ଏହାଛଡ଼ା ଗତ ୧୨ ମାସ ଭିତରେ ଫୋନରୁ ଭୁଲ୍ ବାହାର କରିଥିବା ବ୍ୟକ୍ତିଙ୍କୁ ୧.୫ ମିଲିୟନ୍ ଡଲାର ମିଳିଛି। ଲମ୍ବା ସମୟ ଧରି ଟେକ୍ କମ୍ପାନୀଗୁଡ଼ିକ ନିଜ ସଫ୍ଟୱେର ଏବଂ ହାର୍ଡୱେରରେ ଭୁଲ୍ ବାହାର କରୁଥିବା ୟୁଜର୍ସଙ୍କୁ ପୁରସ୍କାର ଦେଇଆସୁଛି। ଏଠି ବଗ୍ ବାଉଣ୍ଟି ପ୍ରୋଗ୍ରାମ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ବହୁତ ସାଧାରଣ ଅଟେ। ସେପଟେ କିଛି ରିସର୍ଚ୍ଚର୍ସଙ୍କୁ ପ୍ରଡକ୍ଟରେ ଭୁଲ୍ ବାହାର କରିବା ପାଇଁ କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଆକାରରେ ମିଳିଛି।



from Kanak News https://ift.tt/2OxRKGE https://ift.tt/35xuz6y
ଗୁଗଲର ବଡ଼ ଘୋଷଣା , ପିକ୍ସେଲରେ ଭୁଲ୍ ବାହାର କରିଥିବା ବ୍ୟକ୍ତିଙ୍କୁ ମିଳିବ ୧୦.୭୬ କୋଟି ଟଙ୍କା ପୁରସ୍କାର ! Kanak News ଗୁଗଲର ବଡ଼ ଘୋଷଣା , ପିକ୍ସେଲରେ ଭୁଲ୍ ବାହାର କରିଥିବା ବ୍ୟକ୍ତିଙ୍କୁ ମିଳିବ ୧୦.୭୬ କୋଟି ଟଙ୍କା ପୁରସ୍କାର ! Kanak News Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.