ସାବାଡ଼ ହେବେ ରୋଡ ରୋମିଓ : ରାସ୍ତା ମଝିରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଦଣ୍ଡ ମିଳିବ, କମିସନରେଟ ପୁଲିସ ଗଠନ କରିବ ସ୍ୱତନ୍ତ୍ର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ Kanak News

କନକ ବ୍ୟୁରୋ : ସାବାଡ଼ ହେବେ ରୋଡ ରୋମିଓ । ରାସ୍ତା ମଝିରେ ଯୁବତୀଙ୍କୁ କମେଣ୍ଟ ମାରିଲେ କିମ୍ବା ଅସଦାଚରଣ ଉଦ୍ୟମ କଲେ ଦଣ୍ଡ ମିଳିବ। ଏଥିପାଇଁ କମିସନରେଟ ପୁଲିସ ଗଠନ କରିବ ‘ଇଭ୍ ଟିଜିଂ ସ୍କ୍ୱାର୍ଡ଼’।
ସୂଚନା ମୁତାବକ, ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ୫ରୁ ୬ଜଣ ସାହସୀ ଛାତ୍ରୀଙ୍କୁ ଚୟନ କରାଯିବ। ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ। ପରେ ସେମାନଙ୍କ ସହ ଏସପିଓ ବା ସ୍ପେସାଲ ପୁଲିସ ଅଫିସରମାନେ ଯୋଗାଯୋଗରେ ରହିବେ । ସେମାନେ ଖବର ଦେବା କ୍ଷଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେଉଁଠି ଯୁବତୀ କିମ୍ବା ଛାତ୍ରୀମାନଙ୍କୁ ହଇରାଣ ହରକତ କରାଯାଉଥିବ କିମ୍ବା ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବାର ଖବର ଆସିବ ସେଠାରେ ଏହି ସ୍କ୍ବାଡ ପହଞ୍ଚି ସେହି ରୋଡ ରୋମିଓକୁ ସାବାଡ଼ କରିବ ।
ଖୁବଶୀଘ୍ର ଏହି ଟିମକୁ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବରୁ ରୋଡ ରୋମିଓଙ୍କୁ ସାବାଡ଼ କରି ଉଦାହରଣ ସାଜିଥିବା କିଛି ଛାତ୍ରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ରେ ସାମିଲ କରାଯିବାର ଯୋଜନା ରହିଛି । ବିଶେଷ କରି ରାଜଧାନୀର ମହିଳା କଲେଜ ବା ବିଶ୍ବବିଦ୍ୟାଳୟ ଉପରେ ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ର ଫୋକସ ରହିବ।
from Kanak News https://ift.tt/35j0jfk https://ift.tt/2XB28Sh
No comments: