ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଇଣ୍ଡିଆନ୍ ଆଇଡଲ୍ ସୋ’ରୁ ବିଦା ହେଲେ ସଂଗୀତଜ୍ଞ ଅନୁ ମଲ୍ଲିକ ! କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏନେଇ ଚିଠି ଲେଖିଲେ ଗାୟିକା ସୋନା ମହାପାତ୍ର Kanak News

କଟକ ବାଲିଯାତ୍ରା ପଡ଼ିଆରୁ ରବିବାର ଦିନ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବା ପରେ ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଛି। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ଏବେ ବାଲିଯାତ୍ରା ମଞ୍ଚରେ ତା’କୁ ଦୋହରାଇଥିଲେ। ଏହାପରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଖୋଲା ଚିଠି ମଧ୍ୟ ଲେଖିଥିଲେ, ଯାହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି।

ରବିବାର ବାଲିଯାତ୍ରା ପଡ଼ିଆରୁ ସୋନା ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ଅବସରରେ କହିଥିଲେ, ସେ ଚାହାନ୍ତିନି ଅନୁ ମଲ୍ଲିକ ଭାରତୀୟ କଣ୍ଠଶିଳ୍ପୀଙ୍କ ଆଦର୍ଶ ହୁଅନ୍ତୁ। ସେ ଏହାପରେ ସ୍ମୃତି ଇରାନୀଙ୍କୁ ଟ୍ୱିଟ୍ ଜରିଆରେ ଖୋଲା ଚିଠିରେ ଲେଖିଥିଲେ, “ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କୁ କୌଣସି ସଂସ୍ଥା ନିଯୁକ୍ତି ଦେବା ଆଗରୁ ଯାଞ୍ଚ କରିବା ନେଇ ଆପଣଙ୍କ ପଦକ୍ଷେପ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି। ଏଭଳି କିଛି ଅଭିଯୋଗ ଅନୁ ମଲ୍ଲିକଙ୍କ ନାମରେ ଆସିବା ପରେ ମଧ୍ୟ ତାଙ୍କୁ ସୋନି ଟିଭି ଯୁବ କଣ୍ଠଶିଳ୍ପୀଙ୍କ ବିଚାରକ ଭାବେ ନେଉଛି। ଏହାର ଅର୍ଥ କ’ଣ ଯୌନ ନିର୍ଯାତନା ଅଭିଯୋଗର କିଛି ପ୍ରଭାବ ନାହିଁ?”

ସୂଚନା ମୁତାବକ, ଇଣ୍ଡିଆନ ଆଇଡଲ୍ ୧୧ ରୁ ବିଦା ହୋଇଛନ୍ତି ଅନୁ ମଲ୍ଲିକ। ତାଙ୍କ ଯାଗାରେ କିଏ ତାଙ୍କ ଦାୟିତ୍ଵ ତୁଲାଇବେ ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ପୁରା ଘଟଣା ପରେ ଏକ ବଡ଼ କଥା ସାମ୍ନାକୁ ଆସିଛି । ଅନୁ କହିଛନ୍ତି କି, ସେ ଶୋ ରୁ ନିଜ ଇଛା ଅନୁସାରେ ୩ ସପ୍ତାହ ପାଇଁ ବ୍ରେକ୍ ନେଇଛନ୍ତି । ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପରେ ହିଁ ସେ ଶୋକୁ ଫେରିବେ ବୋଲି ସୂଚନା ଦେଇଛନ୍ତି ।



from Kanak News https://ift.tt/338aeD7 https://ift.tt/2D2vIqt
ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଇଣ୍ଡିଆନ୍ ଆଇଡଲ୍ ସୋ’ରୁ ବିଦା ହେଲେ ସଂଗୀତଜ୍ଞ ଅନୁ ମଲ୍ଲିକ ! କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏନେଇ ଚିଠି ଲେଖିଲେ ଗାୟିକା ସୋନା ମହାପାତ୍ର Kanak News ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଇଣ୍ଡିଆନ୍ ଆଇଡଲ୍ ସୋ’ରୁ ବିଦା ହେଲେ ସଂଗୀତଜ୍ଞ ଅନୁ ମଲ୍ଲିକ ! କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏନେଇ ଚିଠି ଲେଖିଲେ ଗାୟିକା ସୋନା ମହାପାତ୍ର Kanak News Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.