ମହାରାଷ୍ଟ୍ର୍ର ମହାନାଟକର ଆଜି ସୁପ୍ରିମ ଶୁଣାଣି । ରାୟ ଶୁଣାଇବେ ତିନି ଜଣିଆ ଖଣ୍ଡପୀଠ, ନିଷ୍ପତି ଉପରେ ଅଟକିଛି ସାରା ଦେଶର ନଜର Kanak News

କନକ ବ୍ୟୁରୋ : ଆଜିି ମହାରାଷ୍ଟ୍ର ମାମଲାରେ ଆସିବ ସୁପ୍ରିମକୋର୍ଟଙ୍କ ମହା ରାୟ । ସକାଳ ସାଢେ ୧୦ଟାରେ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା-ଏନସିପି- କଂଗ୍ରେସ ପକ୍ଷରୁ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟଳୟର ୩ ଜଣିଆ ଖଣ୍ଡପୀଠ । ଆଜି ରାୟ ପ୍ରକାଶ କରିବେ । ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାରର ଭାଗ୍ୟ ନିର୍ଣ୍ଣୟ କରିବେ କୋର୍ଟ । ଫଡନାଭିସ୍ ବହୁମତ ପରୀକ୍ଷାର ସମ୍ମୁଖୀନ କେବେ ହେବେ ତାହା ଆଜିର ରାୟ ପରେ ସ୍ପଷ୍ଟ ହେବ । ବିନା ସଂଖ୍ୟାଗରିଷ୍ଠତାରେ ଫଡନଭିସ୍ ସରକାର ଗଠନ କରିଥିବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା- ଏନସିପି ଓ କଂଗ୍ରେସ । ତୁରନ୍ତ ବିଧାନସଭାରେ ବହୁମତ ପରୀକ୍ଷା ଦାବି କରି ଏହି ତିନ ଦଳ ଆବେଦନ କରିଛନ୍ତି । ଗତକାଲି ସବୁ ପକ୍ଷର ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

from Kanak News https://ift.tt/34kiwJB https://ift.tt/2KTSFAy
No comments: