ଶହେ ଛୁଇଁଲା ପିଆଜ କିଲୋ : ଗରାଖଙ୍କ ପକେଟ୍ ଉପରେ ସିଧାମାଡ

ଭୁବନେଶ୍ବର ୨୫/୧୧: ୧୦୦ ଛୁଇଁଲାଣି ପିଆଜ । ଦର ଉପରେ ଯେମିତି କାହାର ନିୟନ୍ତ୍ରଣ ନାହିଁ । ପ୍ରତିଦିନ ବଜାରକୁ ଗଲେ ବର୍ଦ୍ଧିତ ନୂଆ ଦର ଶୁଣି ମୁଣ୍ଡରେ ହାତ ଦେଉଛନ୍ତି ଖାଉଟି । କିଛି ଦିନ ତଳେ ୬୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଯୋଗାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଦର ଏବେ ୩ ଅଙ୍କ ଛୁଇଛି ।

କଟକ ଖୁଚୁରା ବଜାରରେ କିଲୋ ପ୍ରତି ୯୦ରୁ ୯୫ଟଙ୍କାରେ ବିକ୍ରି ହେଉଛି । ଏହାର ପୁରା ପ୍ରଭାବ ଦେଖିବାକୁ ମିଳିଛି ରୋଷେଇ ଘରେ । ୩ ଅଙ୍କିଆ ଦର ଦେଖି ପିଆଜରେ ହାତ ମାରିବାକୁ ସାହସ କୁଳାଉନି । ମହାରାଷ୍ଟ୍ର ଓ ଆନ୍ଧ୍ରରୁ ଆମଦାନୀ କମିଗଲାଣି । ଯେତିକି ବି ଆସୁଛି ଖାଉଟିଙ୍କ ଚାହିଦା ପୂରଣ କରିପାରୁନି । କଟକ ଛତ୍ର ବଜାରକୁ ଦୈନିକ ୧୫୦ରୁ ୧୬୦ ଟନ ପିଆଜ ଆବଶ୍ୟକ ଥିବାବେଳେ ଏବେ ମାତ୍ର ୧୦ରୁ ୧୨ ଟନ ଆସୁଛି । ଏପରି ସ୍ଥିତି ଲାଗି ରହିଲେ ପିଆଜ ଦର ଆହୁରି ବଢିବା ସହିତ ଆଗକୁ ବଜାର ପିଆଜ ଶୁନ୍ୟ ହୋଇଯିବା ଆଶଙ୍କା ସୃଷ୍ଟି ହେଲାଣି ।

ବଜାରକୁ ଓଡିଶା ପିଆଜ ମାର୍ଚ୍ଚ ଏପ୍ରିଲ ବେଳକୁ ଆସିବ । ସେହିପରି ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରତିକୂଳ ପାଗ ଯୋଗୁଁ ପିଆଜ ଉତ୍ପାଦନରେ ଡେରି ହେବ । ତେଣୁ ନିକଟ ଭବିଷ୍ୟତରେ ପିଆଜ ଦର କମିବାର ସମ୍ଭାବନା ବେଶ କମ ।



from Prameya News7 https://ift.tt/2qHtr1g
ଶହେ ଛୁଇଁଲା ପିଆଜ କିଲୋ : ଗରାଖଙ୍କ ପକେଟ୍ ଉପରେ ସିଧାମାଡ ଶହେ ଛୁଇଁଲା ପିଆଜ କିଲୋ : ଗରାଖଙ୍କ ପକେଟ୍ ଉପରେ ସିଧାମାଡ Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.