ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର Kanak News

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲିରେ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁୁର୍ଘଟଣାରେ ୨ ୨ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଁଶଗଡା ଥାନା ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ୩ ବାଇକ୍ ଆରୋହୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏସ୍ସିବି ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଅନ୍ୟ ଜଣଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ମୃତ ଓ ଆହତଙ୍କ ଘର ନୂଆଗାଁରେ ବୋଲି ସୂଚନା ମିଳିଛି।



from Kanak News https://ift.tt/2QOJ1mf https://ift.tt/33hYs94

ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର Kanak News ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର Kanak News Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.