ଧିରେ ଧିରେ ବଢୁଛି ଶୀତର ପ୍ରକୋପ ! ୧୦ ଡିଗ୍ରୀ ତଳକୁ ଖସିଲା ଦାରିଙ୍ଗବାଡିର ତାପମାତ୍ର Kanak News

କନକ ବ୍ୟୁରୋ : ଦାରିଙ୍ଗବାଡ଼ି ତାପମାତ୍ରା ପୁଣିଥରେ ୧୦ ଡିଗ୍ରିକୁ ଖସିଛି। ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ୧୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୧୨.୨, ଟିଟିଲାଗଡ଼ରେ ୧୨.୮, ସୁନ୍ଦରଗଡ଼ରେ ୧୩, ଅନୁଗୁଳରେ ୧୩.୬, କୋରାପୁଟରେ ୧୩.୬, କେନ୍ଦୁଝରରେ ୧୪, ଭବାନୀପାଟଣାରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବର ତାପମାତ୍ରା ସାମାନ୍ୟ ବଢ଼ିଥିବା ବେଳେ ଆଜି ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରାରେ ସେଭଳି ପରିବର୍ତନ ହେବନି। ତେବେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ। ରାସ୍ତା ବେଶି ବାଟ ଦେଖାଯିବ ନାହିଁ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।



from Kanak News https://ift.tt/2OGrgmx https://ift.tt/2OlRniy

ଧିରେ ଧିରେ ବଢୁଛି ଶୀତର ପ୍ରକୋପ ! ୧୦ ଡିଗ୍ରୀ ତଳକୁ ଖସିଲା ଦାରିଙ୍ଗବାଡିର ତାପମାତ୍ର Kanak News ଧିରେ ଧିରେ ବଢୁଛି ଶୀତର ପ୍ରକୋପ ! ୧୦ ଡିଗ୍ରୀ ତଳକୁ ଖସିଲା ଦାରିଙ୍ଗବାଡିର ତାପମାତ୍ର Kanak News Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.