ମେଷ – ଅର୍ଥ ସହିତ ସଂଶ୍ଳିଷ୍ଟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ । ଧର୍ମ କାର୍ଯ୍ୟ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ବୃଷ – ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୨ ।
ମିଥୁନ – ନିଜ କାମରେ ସଫଳ ହେବେ । ସମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ । ଚାକିରିରେ ବିଶେଷ ସଫଳତା ହାସଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
କର୍କଟ – ଦିନଟି ସାମାନ୍ୟ ଅଶୁଭ ରହିବ । ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବ । ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ୱପୂର୍ଣ୍ଣ ବୈଠକ ହେବ । ପରିବାରରେ ଶାନ୍ତି ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ସିଂହ – କାମରେ ମନ ଲଗାନ୍ତୁ, ସଫଳ ହେବେ । ଭାଗ୍ୟ ସହାୟକ ହେବ । ରାଜନୀତିରେ ମହତ୍ ଆଶା ପୂର୍ଣ୍ଣ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
କନ୍ୟା – ନେତା ଓ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ବଡ ସମସ୍ୟାର ସମାଧାନ ଲାଗି ଦାୟିତ୍ୱ ନେବେ । ବେପାରରେ ଲାଭ ହେବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ତୁଳା – ଭଲ କାମ ପାଇଁ ସୁଯୋଗ ସଂପର୍କ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ । ଆର୍ଥିକ ପକ୍ଷ ମଜଭୁତ ହେବ । ପିଲାମାନେ ଆପଣଙ୍କ କଥାକୁ ସମ୍ମାନ ଦେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
ବିଛା – ସମାଜରେ ମାନ-ସମ୍ମାନ ପାଇବେ । ଅଚାନକ ଧନପ୍ରାପ୍ତି ହୋଇପାରେ । ପ୍ରେମିକା ସହିତ ସମ୍ବନ୍ଧ ଆହୁରି ଖରାପ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଧନୁ – ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ । କାରବାର ସଂପର୍କିତ ଯାତ୍ରା ଯୋଗ ରହିଛି । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ମକର – ଦେବ ଦର୍ଶନ ଯୋଗ ରହିଛି । ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଖାସ୍ ପରାମର୍ଶ ଦେଇପାରନ୍ତି । ଅନ୍ୟମାନଙ୍କୁ ନିଜର କଥା ଅବଗତ କରାଇବାରେ ସଫଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
କୁମ୍ଭ – ନକରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ ଆଣିବ । ଚାକିରିରେ ପଦୋନ୍ନତି ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ମୀନ – ଜୀବିକାରେ ସୁଧାର ପାଇଁ ଭଲ ଦିନଟିଏ । ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶଂସା ମିଳିବ । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
from Prameya News7 https://ift.tt/37BnT9e
No comments: