ଧିରେ ଧିରେ ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ୩ ହଜାର ଟପିଲାଣୀ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା Kanak News

dengue death

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଛି। ଚଳିତବର୍ଷ ଜାନୁଆରି ମାସରୁ ନଭେମ୍ବର ମାସ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୧ରେ ପହଞ୍ଚିଛି। ଗତବର୍ଷ ନଭେମ୍ବର ମାସ ତୁଳନାରେ ଚଳିତବର୍ଷ ଏହି ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ତେବେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏହି ମୃତ୍ୟୁକୁ ଡେଙ୍ଗୁଜନିତ ମୃତ୍ୟୁ ବୋଲି ମାନିବାକୁ ନାରାଜ। ବିଭାଗର ଦୈନଦିନ ଡେଙ୍ଗୁ ରିପୋର୍ଟରେ ଚଳିତବର୍ଷ କୌଣସି ବ୍ୟକ୍ତି ଏଥିରେ ପ୍ରାଣ ହରାଇ ନ ଥିବା ଦର୍ଶାଯାଇଛି।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୬୪୭ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ପଛରେ ୩୫୫ ଆକ୍ରାନ୍ତଙ୍କୁ କଟକ ଜିଲ୍ଲାରେ ଚିହ୍ନଟ କରାଯାଇଛି। ଯାଜପୁରରେ ୩୨୨, ଭଦ୍ରକ, ୨୭୭, ଗଞ୍ଜାମ ୨୫୬, ଖୋର୍ଧାରେ ୨୫୩, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨୪୩, ପୁରୀରେ ୧୩୦, ସୁନ୍ଦରଗଡ଼ରେ ୯୯, ଗଜପତି ୭୦, ମୟୂରଭଞ୍ଜ ୫୦, ଢେଙ୍କାନାଳରେ ୪୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ଭିତରେ ରହିଛି ନୂଆପଡ଼ା, ସମ୍ବଲପୁର, ବୌଦ୍ଧ, ମାଲକାନାଗିରି ଓ କଳାହାଣ୍ଡି ଜିଲ୍ଲା। ସେହିପରି ରାଜ୍ୟ ବାହାରର ୪୨ଜଣ ଆକ୍ରାନ୍ତଙ୍କୁ ମଧ୍ୟ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ୨୦ହଜାର ୫୫୩ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୨୨୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ମାସ ସୁଦ୍ଧା ୩୮୮୩ ଓ ୨୦୧୭ରେ ୧୯୮୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।



from Kanak News https://ift.tt/2Dhj2fj https://ift.tt/2KVATN5

ଧିରେ ଧିରେ ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ୩ ହଜାର ଟପିଲାଣୀ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା Kanak News ଧିରେ ଧିରେ ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ୩ ହଜାର ଟପିଲାଣୀ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା Kanak News Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.