ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି : ଆଜି ସକାଳ ସାଢେ ୧୦ଟାରେ ଆସିବ ସୁପ୍ରିମ ରାୟ

ନୂଆଦିଲ୍ଲୀ ୨୬।୧୧: ମହାରାଷ୍ଚ୍ର ରାଜନୀତି। ଆଜି ସୁପ୍ରିମକୋର୍ଟରେ ମହାରାଷ୍ଚ୍ର ରାୟ। ସକାଳ ସାଢେ ୧୦ଟାରେ ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା କନ୍ଦଳରେ ପୂର୍ଣ୍ଣଛେଦ ଟାଣିପାରନ୍ତି। ଗତକାଲି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଆଜି ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ନେଇ କସରତ ଦେଖିବାକୁ ମିଳିଛି। ଶିବସେନା,ଏନସିପିଓ କଂଗ୍ରେସ ମୁମ୍ବାଇର ଏକ ତାରକା ହୋଟେଲରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି।୧୬୨ ଜଣ ବିଧାୟକଙ୍କୁ ଉପସ୍ଥିତ କରାଇ ସେମାନଙ୍କର ଶପଥ ପାଠ କରାଇଛନ୍ତି ତିନି ଦଳ। ଏଥିସହିତ ୧୬୨ବିଧାୟକଙ୍କ ଦସ୍ତଖତ ସହ ଏକ ଚିଠି ରାଜ୍ୟପାଳଙ୍କୁ  ଚିଠି ପଠାଯାଇଛି। ସରକାର ଗଠନ ପାଇଁ ଦାବି ମଧ୍ୟ କରାଯାଇଛି। ଅଜିତ ପୱାରଙ୍କ ନେତୃତ୍ବରେ ଏନସିପି ଗୋଷ୍ଠୀର ସମର୍ଥନରେ ଫଡନବିସ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଯଦି ଆସ୍ଥା ଭୋଟରେ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଫଳ ହୁଅନ୍ତି ତେବେ ସେହି ପରିସ୍ଥିତିରେ ବିଧାନସଭା ନ ଭାଙ୍ଗିବାକୁ  ରାଜ୍ୟପାଳଙ୍କୁ ଦେଇଥିବା ଚିଠିରେ ନିବେଦନ କରିଛନ୍ତି ଶିବସେନା,ଏନସିପି ଓ କଂଗ୍ରେସ। ସେପଟେ ଗୃହରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ୧୪ ଦିନର କଣ୍ଟ ଦେଇଛନ୍ତି ରାଜ୍ୟପାଳ ।  ଫଡନବିସ ଆସ୍ଥା ଭୋଟ ପ୍ରମାଣ ପାଇଁ ଡିସେମ୍ବର ୭ ପର୍ଯ୍ୟନ୍ତ ସମୟ ପାଇବେ।



from Prameya News7 https://ift.tt/2Dhjryl
ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି : ଆଜି ସକାଳ ସାଢେ ୧୦ଟାରେ ଆସିବ ସୁପ୍ରିମ ରାୟ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି : ଆଜି ସକାଳ ସାଢେ ୧୦ଟାରେ ଆସିବ ସୁପ୍ରିମ ରାୟ Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.