
କନକ ବ୍ୟୁରୋ : ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପକ୍ଷରୁ ଏହାକୁ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ମଙ୍ଗଳବାର ଦିନ ଅପରାହ୍ନ ୧୨ଟା ୧୫ରେ ବିଧାନସୌଧରେ ଥିବା ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥି ପାଇଁ ବିଧାନସୌଧକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ସମ୍ବିଧାନ ଦିବସ ପାଳନ କରିବାକୁ ମୁଖ୍ୟତଃ ଦୁଇଟି କାମ କରିବା ପାଇଁ ବିଧାନସଭାକୁ କୁହାଯାଇଛି। ଗୋଟିଏ ହେଲା ବିଧାନସୌଧକୁ ରଙ୍ଗୀନ ଆଲୋକମାଳାରେ ସଜାଇବା। ଏହି କାମ ଆରମ୍ଭ ହୋଇଗଲାଣି। ଦ୍ବିତୀୟଟି ହେଲା ସମସ୍ତ ବିଧାୟକ ଏକାଠି ହୋଇ ଗୋଟିଏ ସଭା କରିବେ। ବୈଠକର ନିଷ୍ପତ୍ତି ଅନୁଯାୟୀ ୧୨ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ‘ସମ୍ବିଧାନ ଦିବସ’ ପାଳନ କରାଯିବ। ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତି ଗୃହରେ ଅନୁରୋଧ କରିଥିଲେ।
from Kanak News https://ift.tt/2QRmbdG https://ift.tt/2De8my4
No comments: