ଯନ୍ତ୍ରଣା ଓ କିଛି ରୋଗକୁ ଦୂର କରିବାରେ ସାହାଯ୍ୟ କରେ ନାଲି ହଳଦୀ। ହେଲେ ଏବେ କଳା ହଳଦୀ ମଧ୍ୟ ଲୋକଙ୍କର ବିଭିନ୍ନ ରୋଗକୁ ଦୂର କରିବ। ହିମାଚଳର ହମୀରପୁରରେ ନେରୀ ସ୍ଥିତ ହର୍ବଲ ଗାର୍ଡେନରେ କଳା ହଳଦୀ ଔଷଧୀୟ ଗଛ ଲଗାଇବାର ଟ୍ରାୟଲ କରାଯାଇଥିଲା। ଏହି ଚେଷ୍ଟା ସଫଳ ହୋଇଛି। ଏବେ ଲୋକମାନେ ନିଜ ଘରେ ଏହି ଗଛ ଲଗାଇପାରିବେ ଓ ଏହାର ଔଷଧୀୟ ତତ୍ତ୍ବର ସମ୍ପୂର୍ଣ୍ଣ ଫାଇଦା ଉଠାଇପାରିବେ।
୩ ବର୍ଷର ପରିଶ୍ରମ ପରେ ଏହି ଗଛ ଲଗାଇ ସଫଳ ହେବାର ଚେଷ୍ଟା ପୂରଣ ହୋଇଛି। ଏହି ଗଛ ସବୁ ଋତୁରେ ଲଗାଯାଇପାରିବ। ନାଲି ହଳଦୀ ଭଳି କଳା ହଳଦୀ ମଧ୍ୟ ସବୁପ୍ରକାରର ରୋଗ ନିୟନ୍ତ୍ରଣ କରିବ ଯାହା ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ। ଖୁବ ଶୀଘ୍ର କଳା ହଳଦୀ ଚାଷକୁ ବ୍ୟାପକ କରିବା ପାଇଁ ଯୋଜନା କରାଯାଉଛି।
କଳା ହଳଦୀର ବ୍ୟବହାର ସ୍ବାସ ଓ କ୍ୟାନ୍ସର ରୋଗୀମାନଙ୍କ ପାଇଁ ଲାଭଦାୟକ ରହିବ। ଏହା ସହ ଜ୍ବର, ପିମ୍ପଲ, ଏଲର୍ଜି, ମାଇଗ୍ରେନ ଭଳି ରୋଗରୁ ମୁକ୍ତ ହେବା ପାଇଁ କଳା ହଳଦୀ କୌଣସି ଔଷଧରୁ କମ ପ୍ରମାଣ ହେବ ନାହିଁ।
ଏହି ଗଛର ପତ୍ରକୁ ଶୁଖାଇ ପାଉଡର ତିଆରି କରାଯାଏ। ଏହି ପାଉଡରକୁ ମହୁ ବା କ୍ଷୀର ସହ ମିଶାଇ ପ୍ରତିଦିନ ପିଇଲେ ଶରୀରକୁ ଅନେକ ଫାଇଦା ମିଳିବ। ଏହା ଏସିଡିଟି ମଧ୍ୟ ନିୟନ୍ତ୍ରଣ କରେ। ଆୟୁର୍ବେଦିକ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକରେ କଳା ହଳଦୀର ବହୁତ ଚାହିଦା ରହିଛି । ଏହି ଗଥ ପ୍ରଥମେ ହିମାଚଳର ନେରୀ ଗାର୍ଡେନରେ ଲଗାଯାଇଥିଲା। କିଛି ବର୍ଷ ପୂର୍ବରୁ ଏହା ମଧ୍ୟପ୍ରଦେଶରେ ଦେଖାଯାଇଥିଲା। ଏହି କଳା ରଂଗର ପାଉଡର ଲୋକଙ୍କ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ।
from Prameya News7 https://ift.tt/2Dks0by
No comments: