ନୀଳଗିରିରେ ପଶିଲେ ୪୦ରୁ ଅଧିକ ଝାଡଖଣ୍ଡ ହାତୀ : ବ୍ୟାପକ ଧନ ଫସଲ ନଷ୍ଟ

ନୀଳଗିରି ୨୫।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଶିଛନ୍ତି ୬୦ରୁ ଅଧିକ ଝାଡଖଣ୍ଡ ହାତୀ ପଲ ।  ଧାନ ଫସଲ ପାଚିନଥିବାବେଳେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ବନବିଭାଗ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ନୀଳଗିରି ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ରେ ହାତୀପଲ ରହିଥିଲେ । ଶୁକ୍ରବାର ରାତ୍ରିରେ ହାତୀପଲ ଦେଉଳି ରେଞ୍ଜରୁ ବାହାରି ଜାତୀୟ ରାଜପଥ ପାର ହୋଇ ନଡ଼ପୁର ଦଲକୀ ସଂରକ୍ଷିତ ଜଙ୍ଗଲ ରେ ରହିଥିଲେ, ପରେ ବୁଢ଼ାବଳଙ୍ଗ ନଦୀପାର ହୋଇ ନୀଳଗିରି ଆଡକୁ ମାଡି ଆସିଛନ୍ତି। ଗତକାଲି ରାତି  ୯ ଟା ସମୟରେ ହାତୀଗୁଡିକ ଦଲକୀ ସଂରକ୍ଷିତ ଜଙ୍ଗଲରୁ ବାହାରି  ବୁଢ଼ାବଳଙ୍ଗ ନଦୀ ପାର ହୋଇ ଦୁର୍ଗାଦେବୀ , ପୁନଦାଳ, ରାଧାକିଶୋରପୁର ପାଖ ଦେଇ ସୋନାନଦୀ ପାର ହୋଇ କାଠପାଳ ,ଅଯୋଧ୍ୟା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି।  

ହାତୀ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ  କରିଛନ୍ତି। ଏପଟେ ଏପର୍ଯ୍ୟନ୍ତ ଧାନ ଫସଲ ପାଚିନଥିବାବେଳେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଘାରିଛି।  ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି । ତେବେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି।   ପୂର୍ବରୁ ଆସିଥିବା ୪୨ ଟିକିଆ ଆଉ ଏକ ହାତୀପଲ ନଡ଼ପୁର ଜଙ୍ଗଲରୁ ପଛଗୁଞ୍ଚା ଦେଈ ଅନ୍ୟଏକ ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି।



from Prameya News7 https://ift.tt/34idwVI
ନୀଳଗିରିରେ ପଶିଲେ ୪୦ରୁ ଅଧିକ ଝାଡଖଣ୍ଡ ହାତୀ : ବ୍ୟାପକ ଧନ ଫସଲ ନଷ୍ଟ ନୀଳଗିରିରେ ପଶିଲେ ୪୦ରୁ ଅଧିକ ଝାଡଖଣ୍ଡ ହାତୀ : ବ୍ୟାପକ ଧନ ଫସଲ ନଷ୍ଟ Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.