ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଏହିସବୁ ଜିନିଷ ପତ୍ନୀଙ୍କୁ ଉପହାର ଦିଅନ୍ତୁ, ରହିବନି ଟଙ୍କା ପଇସାର ଅଭାବ

ଆଜିକାଲି କିଛି ଲୋକ ଏମିତି ଭାବନ୍ତି ଯେ, ସ୍ତ୍ରୀମାନେ ସବୁବେଳେ ସ୍ବାମୀମାନଙ୍କର ପଇସା ଖର୍ଚ୍ଚ କରିଦିଅନ୍ତି ବୋଲି । ମାତ୍ର ସବୁବେଳେ ସ୍ତ୍ରୀ, ସ୍ବାମୀଙ୍କର ଖର୍ଚ୍ଚର କାରଣ ହୋଇନଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ, ସ୍ବାମୀଙ୍କୁ ଧନବାନ୍ କରାଇପାରେ । ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କର କେତେକ ରୂପ ରହିଛି । ଗୃହଲକ୍ଷ୍ମୀ ମା’ ଲକ୍ଷ୍ମୀଙ୍କର ଏକ ସ୍ବରୂପ । ସବୁ ଘରେ ମା’ ଲକ୍ଷ୍ମୀ କୌଣସି ରୂପରେ ନିବାସ କରିଥାନ୍ତି । ଯେଉଁ ଘରେ ମା’ ଲକ୍ଷ୍ମୀ ପ୍ରସନ୍ନ ଏବଂ ଖୁସି ରହିଥାନ୍ତି  ସେହି ଘରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।

ଆପଣଙ୍କୁ ସବୁବେଳେ ନିଜ ଘରର ଲକ୍ଷ୍ମୀଙ୍କୁ ଖୁସି ରଖିବା ଉଚିତ୍ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବନାହିଁ । ଏଭଳି କିଛି ଜିନିଷ ଅଛି ଯଦି ଆପଣ ତାହାକୁ ଠିକ୍ ଉପାୟରେ କରିବେ ତେବେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିବ ।

କଥାରେ ଅଛି ବୁଧବାର ଅଥବା ଶୁକ୍ରବାର ଯକୌଣସି ଦିନ ଗୃହଲକ୍ଷ୍ମୀ ବା ସ୍ତ୍ରୀଙ୍କୁ ବସ୍ତ୍ର ଦାନ କରିବା ଉଚିତ୍ । ଯାହାଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିବେ । ଆପଣ ଚାହିଁଲେ ମା, ଉଉଣୀ ଅଥବା କୌଣସି ବିବାହିତ ମହିଳାଙ୍କୁ ବସ୍ତ୍ର ଦାନ କରିପାରିବେ ।

ଏହା କୁହାଯାଏ ଯେ, ଆଭୂଷଣ ବିନା ମା’ ଲକ୍ଷ୍ମୀଙ୍କ ପୂଜା ଅଧୁରା ରହିଥାଏ । ଏଥିପାଇଁ ମା’ ଲକ୍ଷ୍ମୀଙ୍କ ପୂଜାରେ ଆଭୂଷଣ ଚଢାଯାଇଥାଏ । ମା’ ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ ତେଣୁ ସ୍ତ୍ରୀଙ୍କୁ ଛୋଟ ମୋଟ ଆଭୂଷଣ ପ୍ରଦାନ କରିପାରିବେ ।

ଆଭୂଷଣରେ ସଜ୍ଜିତ ଗୃହଲକ୍ଷ୍ମୀ ଗୃହରେ ପ୍ରସନ୍ନତାକୁ ଦର୍ଶାଇଥାଏ । ଏଥିପାଇଁ କୁହାଯାଏ ଯେ, ଗୃହଲକ୍ଷ୍ମୀଙ୍କୁ ବସ୍ତ୍ର ଏବଂ ଆଭୂଷଣରେ ସଜ୍ଜିତ ହୋଇ ରହିବା ଉଚିତ୍ ।

ମା’ ଲକ୍ଷ୍ମୀଙ୍କୁ ସଧବା ସାମଗ୍ରୀ ବହୁତ ପସନ୍ଦ ଥାଏ । ଏଥିପାଇଁ ଗୃହଲକ୍ଷ୍ମୀଙ୍କୁ ବିନ୍ଦି, ସିନ୍ଦୁର, ଚୂଡି ଆଦି ପ୍ରଦାନ କରିବା ଲାଭଦାୟକ ହୋଇଥାଏ । କାରଣ ସଧବାର ସମ୍ମାନ ଦେବା ଫଳରେ ସୌଭାଗ୍ୟ ବଢିଥାଏ । ଏହାଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏଥିପାଇଁ ସ୍ତ୍ରୀଙ୍କୁ ବେଳେ ବେଳେ ଏଭଳି ଉପହାର ଦେବା ଉଚିତ୍ ।



from Prameya News7 https://ift.tt/2ODafcQ
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଏହିସବୁ ଜିନିଷ ପତ୍ନୀଙ୍କୁ ଉପହାର ଦିଅନ୍ତୁ, ରହିବନି ଟଙ୍କା ପଇସାର ଅଭାବ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଏହିସବୁ ଜିନିଷ ପତ୍ନୀଙ୍କୁ ଉପହାର ଦିଅନ୍ତୁ, ରହିବନି ଟଙ୍କା ପଇସାର ଅଭାବ Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.