ଭୁବନେଶ୍ୱର: ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଗତକାଲି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ପୁଣିଥରେ ବାଲିଯାତ୍ରା ମଞ୍ଚରେ ତା’କୁ ଦୋହରାଇଥିଲେ। ଏହାପରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଖୋଲା ଚିଠି ମଧ୍ୟ ଲେଖିଥିଲେ, ଯାହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିଲା।
ସୋନା ମହାପାତ୍ର ରବିବାର ଦିନ ବାଲିଯାତ୍ରା ପଡ଼ିଆର ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ଅବସରରେ କହିଥିଲେ, ସେ ଚାହାନ୍ତି ନାହିଁକି ଅନୁ ମଲ୍ଲିକ ଭାରତୀୟ କଣ୍ଠଶିଳ୍ପୀଙ୍କ ଆଦର୍ଶ ହୁଅନ୍ତୁ। ସେ ଏହାପରେ ସ୍ମୃତି ଇରାନୀଙ୍କୁ ଟ୍ୱିଟ୍ ଜରିଆରେ ଖୋଲା ଚିଠିରେ ଲେଖିଥିଲେ, “ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କୁ କୌଣସି ସଂସ୍ଥା ନିଯୁକ୍ତି ଦେବା ଆଗରୁ ଯାଞ୍ଚ କରିବା ନେଇ ଆପଣଙ୍କ ପଦକ୍ଷେପ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି। ଏଭଳି କିଛି ଅଭିଯୋଗ ଅନୁ ମଲ୍ଲିକଙ୍କ ନାମରେ ଆସିବା ପରେ ମଧ୍ୟ ତାଙ୍କୁ ସୋନି ଟିଭି ଯୁବ କଣ୍ଠଶିଳ୍ପୀଙ୍କ ବିଚାରକ ଭାବେ ନେଉଛି। ଏହାର ଅର୍ଥ କ’ଣ ଯୌନ ନିର୍ଯାତନା ଅଭିଯୋଗର କିଛି ପ୍ରଭାବ ନାହିଁ?”
ସେ ଏହି ଟ୍ୱିଟ୍ ମାଧ୍ୟମରେ ଆହୁରି କହିଥିଲେ, “ଆମ ସଂସ୍କୃତି ଖରାପ ଉପରେ ଭଲର ବିଜୟକୁ ନେଇ ଉତ୍ସବ ମନାଇଆସୁଥିବାବେଳେ ଏହା ସକାରାତ୍ମକ ବାର୍ତ୍ତା ଦେଇଥାଏ। କିନ୍ତୁ ଅନୁ ମଲ୍ଲିକଙ୍କ ପରି ଜଣେ ଲଗାତାର ଯୌନ ନିର୍ଯାତନା କାର୍ଯ୍ୟ କରିଆସୁଥିବା ବ୍ୟକ୍ତିଙ୍କୁ ନେଇ ଉତ୍ସବ ମନାଇବା ପରି ନର୍ମାଲାଇଜେସନ୍ କାର୍ଯ୍ୟ ବିପଜ୍ଜନକ। ଶିଶୁ ଏବଂ ମହିଳାଙ୍କ ସ୍ୱର ଏବଂ ମର୍ଯ୍ୟାଦାର ଉଲ୍ଲଂଘନ ନେଇ ଦୃଷ୍ଟି ଦେବାକୁ ଅନୁରୋଧ କରୁଛି।”
My open letter to the honourable minister for women & child development.👇🏾. @smritiirani ,I hugely admire you, your tenacity & commitment to work for the welfare of people in India & I request you to please read this.Many more women are writing in to me privately about this man🙏🏾 pic.twitter.com/Z8bU8RG528
— ShutUpSona (@sonamohapatra) November 21, 2019
ଏହାପରେ ଏହି ଟ୍ୱିଟର ପୋଷ୍ଟ ଆଧାରରେ ନିଜଆଡ଼ୁ ପଦକ୍ଷେପ ନେଇ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ସୋନି ଏଣ୍ଟରଟେନ୍ମେଣ୍ଟ ଟେଲିଭିଜନ୍ର ସଭାପତିଙ୍କୁ ନୋଟିସ୍ କରିଥିଲେ। ସେ କହିଥିଲେ, “ସୋନା ମହାପାତ୍ର ଅଭିଯୋଗ କରିଛନ୍ତି ଅନୁ ମଲ୍ଲିକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ରହିଥିବା ସତ୍ତ୍ୱେ ‘ସୋନି’ ତାଙ୍କୁ ଯୁବ କଣ୍ଠଶିଳ୍ପୀଙ୍କ କାର୍ଯ୍ୟକ୍ରମର ବିଚାରକ କରିଆସୁଛି। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଆଇନ (ନିବାରଣ, ନିରୋଧ, ପ୍ରତିକାର) ୨୦୧୩ ଅନୁଯାୟୀ କିଛି ପଦକ୍ଷେପ ନିଆଯାଇଛି କି ନା କମିଶନ୍ଙ୍କୁ ଜଣାଇବାକୁ ଅନୁରୋଧ କରୁଛି।”
Thank you to all the women & men & the media of India who supported our campaign #MoveOutMalik . A repeat offender like Anu Malik on national tv triggered a lot of trauma, pain & stress in many of our lives. I have been ill for a while & I hope to sleep well tonight. 🙏🏾
— ShutUpSona (@sonamohapatra) November 21, 2019
ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଣାପଡ଼ିଛି ଅନୁ ମଲ୍ଲିକଙ୍କୁ ‘ସୋନି’ ବିଚାରକ ପଦରୁ ହଟାଇ ଦେଇଛି। ସୂଚନାଯୋଗ୍ୟ ଯେ #METOO ଅଭିଯାନ ଚର୍ଚ୍ଚାରେ ଥିବାବେଳେ ଅନୁଙ୍କ ନାମରେ ଅଭିଯୋଗ ଆସିଥିଲା ଏବଂ ସେ ପୂର୍ବରୁ ମଧ୍ୟ ଏହି ବହୁ ଲୋକପ୍ରିୟ ଶୋ’ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
from OTV Khabar. https://ift.tt/2D4FVlY
No comments: