ରାଇରଙ୍ଗପୁର ୨୨।୧୧: ରାଇରଙ୍ଗପୁରରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଇଚିଣ୍ଡାର ନରେଶ ମହାନ୍ତ । ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନଥିବା ବେଳେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଟାଉନ ଥାନା ଇଚିଣ୍ଡା ଫାଟକ ନିକଟରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଇଚିଣ୍ଡାର ନରେଶ ମହାନ୍ତ । ଆଜି ସକାଳ ୬ଟା ବେଳେ ଟାଟା – ବାଦାମପାହାଡ଼ ଟ୍ରେନ୍ ରାଇରଙ୍ଗପୁର ଷ୍ଟେସନ ଦେଇ ଯାଉଥିବା ବେଳେ ରାଇରଙ୍ଗପୁର ଷ୍ଟେସନ ପରବର୍ତୀ ଫାଟକ ନିକଟରେ ବୃଦ୍ଧ ଜଣଙ୍କ ଟ୍ରେନ୍ ରେ କଟିଯାଇଛନ୍ତି । ବୃଦ୍ଧଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।

ବୃଦ୍ଧ ଜଣଙ୍କ ଅନେକ ଦିନରୁ ରୋଗାଗ୍ରସ୍ତ ହୋଇ ମାନସିକ ଚାପରେ ଟ୍ରେନ୍ ଆସିବା କ୍ଷଣି ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନଥିବା ବେଳେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି।
from Prameya News7 https://ift.tt/35mogm0
ଟ୍ରେନ୍ରେ କଟି ବୃଦ୍ଧଙ୍କ ମୃତ୍ୟୁ, ମାନସିକ ଚାପରେ ଆସି ଆତ୍ମହତ୍ୟା ସନ୍ଦେହ
Reviewed by SUBHENDU BARAL
on
November 21, 2019
Rating:
No comments: