ପାରାଦୀପ ୨୪।୧୧: ପାରାଦୀପ ବନ୍ଦରରେ ଲାଗିଛି ଦୁଇ ଟି ଯୁଦ୍ଧ ଜାହାଜ । ଆଇଏନଏସ ରଣବୀର ଓ ଆଇଏନଏସ ଐରାବତ ନାମକ ଦୁଇଟି ଜାହାଜକୁ ସାଧାରଣଲୋକେ ଦେଖିବାର ସୂଯୋଗ ପାଇବେ ।

ସୂଚନାଯୋଗ୍ୟ ଯ, ନୌସପ୍ତାହ ଦିବସ ପାଳନ ଅବସରରେ ଦୁଇ ଦିନ ଦୁଇଟି ଯାହାଜକୁ ଦେଖିବାର ସୂଯୋଗ ମିଳିବ । ସାଧାରଣଲୋକଙ୍କୁ ଦେଖିବା ପାଇଁ ପାରାଦୀପ ଜୟଦେବ ସଦନ ନିକଟରୁ ବସ୍ ଯୋଗେ ବନ୍ଦର ଭିତରକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୄଙ୍ଖଳା ସହ କିପରି ଦୁଇ ଟି ଯୁଦ୍ଧ ଜାହାଜ ଦେଖି ପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ତେବେ ଜାହାଜ ମଧ୍ୟରେ ଥିବା ସମସ୍ତ ଯୁଦ୍ଧ ଉପକରଣ କୁ ଦେଖିବା ସହ ତା ବିଷୟରେ ସବିଶେଷ ଜାଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବନ୍ଦରରେ ସୂରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।
from Prameya News7 https://ift.tt/2XMB8iL
ପାରାଦୀପ ବନ୍ଦରରେ ଲାଗିଛି ଦୁଇଟି ଯୁଦ୍ଧ ଜାହାଜ: ଲୋକଙ୍କ ଦେଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା
Reviewed by SUBHENDU BARAL
on
November 23, 2019
Rating:
No comments: