ଶିଶୁକୁ ଦୁଇ ଦୁଇଥର ଜାପାନି ଜ୍ବର ପ୍ରତିଶେଧକ ଟୀକା ଦିଆଯାଇଥିବା ଅଭିଯୋଗ

ଜଗତସିଂହପୁର ୨୪।୧୧: ଗୋଟିଏ ଶିଶୁକୁ ଦୁଇ ଦୁଇଥର ଜାପାନି ଜ୍ବର ପ୍ରତିଶେଧକ ଟୀକା ଦିଆଯାଇଥିବା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ଗାଁର ଘଟଣା । ଶାରଦା ସେଠୀଙ୍କ ୮ ବର୍ଷର ପୁଅ ସୌମ୍ୟ ରଂଜନ କୁ ଦୁଇ ଦୁଇ ଥର ଟୀକା ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାଲିକୁଦା ଥାନାରେ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଶାଳଜଙ୍ଗ ଗାଁରେ ଗତ ୧୮ ତାରିଖ ଦିନ ଶାରଦାଙ୍କ ପୁଅ ପ୍ରାଥମିକ ବିଦ୍ୟାଳୟରେ ଟୀକା ନେଇଥିଲା । ତେବେ ଗତକାଲି ସଂପୃକ୍ତ ଶିଶୁର ମାଇଁ ତାଙ୍କର ଦୁଇ ବର୍ଷରୁ ପୁଅକୁ ଟୀକା ଦେବା ପାଇଁ ଯାଇଥିଲେ । ଯେଉଁସମୟରେ  ପୂର୍ବରୁ ଟୀକା ନେଇଥିବା ଶିଶୁଟି ଉପସ୍ଥିତ ଥିଲା । ତାକୁ ମଧ୍ୟ ସଂପୃକ୍ତ ଏଏନଏମ ଟୀକା ଦେଇଛନ୍ତି । ଯାହା ବିଷୟରେ ଜଣାପଡ଼ିବା ପରେ ପରିବାର ଲୋକ ଏଏନଏମଙ୍କୁ ପଚାରିଥିଲେ କିନ୍ତୁ ସେ  ପରିବାର ଲୋକଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗ କରି ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ସେପଟେ ଶିଶୁଟିର କିଛି ହେବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।



from Prameya News7 https://ift.tt/33bSF5a
ଶିଶୁକୁ ଦୁଇ ଦୁଇଥର ଜାପାନି ଜ୍ବର ପ୍ରତିଶେଧକ ଟୀକା ଦିଆଯାଇଥିବା ଅଭିଯୋଗ ଶିଶୁକୁ ଦୁଇ ଦୁଇଥର ଜାପାନି ଜ୍ବର ପ୍ରତିଶେଧକ ଟୀକା ଦିଆଯାଇଥିବା ଅଭିଯୋଗ Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.