ରାଉରକେଲାରେ ଆରଡିଏ ଆବଣ୍ଟନ କରିଥିବା ୧୭ଶହ ଦୋକାନ ୧୨ଘଣ୍ଟିଆ ବନ୍ଦ

ରାଉରକେଲା ୨୬।୧୧: ରାଉରକେଲା ଡ଼େଭଲପମେଣ୍ଟ ଅଥରଟି (ଆରଡ଼ିଏ) ସହରରେ ଆବଣ୍ଟନ କରିଥିବା ୧୭ଶହ ଦୋକାନ ଆଜି ଦୋକାନୀ ବନ୍ଦ ରଖିଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ଡ଼।କରା ଦେଇଛି ରାଉରକେଲା ଅଥରଟି ସପ୍ ଓନର୍ସ ଆସୋସିଏସନ । 

ଆସନ୍ତା ଜାନୁଆରୀ ପହିଲାରୁ ଆରଡ଼ିଏ ଆବଣ୍ଟନ କରିଥିବା ଦୋକାନ ଘରକୁ ବର୍ଗ ଫୁଟ ୧୦ଟଙ୍କା ଲେଖାଏଁ ବୃଦ୍ଧି, ଦୋକାନ ଘର କିଣା ବିକା କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ଅମାନତ ରାଶି ୨୦ହଜାର ଓ ଆରଡ଼ିଏ ନିୟମ ଅନୁସାରେ ଦୋକାନ ଗୃହକୁ ଦୋକାନୀ ଅନ୍ୟ କାହାକୁ ବିକ୍ରି କରିବାର ନିୟମ ନଥିବା ବେଳେ,  କିପରି ଭାବରେ ଆରଡ଼ିଏ ଦୋକନ ଘର ବିକ୍ରି ପାଇଁ ଦେଇଛି ବିଜ୍ଞାପନ ।

ଏହା ବିରୋଧରେ ଆଜି ରାଉକେଲା ଡ଼େଭଲପମେଣ୍ଟ ଅଥରଟି ସପ୍ଓନର୍ସ ଆସୋସିଏସନ ଦିନିକିଆ ବନ୍ଦ ଡ଼।କରା ଦେଇଥିବା ବେଳେ ଆରଡ଼ିଏ ଦେଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି ରଖିଛନ୍ତି । ଆରଡ଼ିଏ ଅଧିନରେ ଥିବା ସମସ୍ତ ମାର୍କେଟର  ଔଷଧ ଦୋକାନ, ହୋଟେଲ ସହ ବନ୍ଦ ରହିଛି  ସମସ୍ତ ଦୋକାନ ।

ଆରଡ଼ିଏର ଏହି ନୂତନ ନିୟମ ପ୍ରତିବାଦରେ ଦିନ ୧୧ଟାରେ ସପ୍ ଓନର୍ସ ଆସୋସିଏସନ ଆରଡ଼ିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ସହ ଦାବି ପୂରଣ ନହଲେ ଅଗାମୀ ଦିନରେ ଆନ୍ଦୋଳନ ଭୟାବହ ରୂପ ନେବ ବୋଲି ସପ୍ ଓନର୍ସ ଆସୋସିଏସ ଚେତାବନୀ ଦେଇଛି ।  



from Prameya News7 https://ift.tt/2qzrrIt
ରାଉରକେଲାରେ ଆରଡିଏ ଆବଣ୍ଟନ କରିଥିବା ୧୭ଶହ ଦୋକାନ ୧୨ଘଣ୍ଟିଆ ବନ୍ଦ ରାଉରକେଲାରେ ଆରଡିଏ ଆବଣ୍ଟନ କରିଥିବା ୧୭ଶହ ଦୋକାନ ୧୨ଘଣ୍ଟିଆ ବନ୍ଦ Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.